ଢେଙ୍କାନାଳ, ୨୬/୦୨ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା ଏକ ଯୌତୁକ ଜନିତ ମାମଲାର ୩୦୭ ଦଫାକୁ କାଟିବା ପାଇଁ ଅଇଁଠା ସେଠି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ସୂଚନା ରୁ ପ୍ରକାଶ ଯୌତୁକ ଜନିତ ମାମଲାକୁ ରଫା ଦଫା କରିବାକୁ ୨୦୦୦୦ ହଜାର ଟଙ୍କା ନେଵାଲାଗି ଦାବି କରିଥିବା ବେଳେ ଥାନା ଅଧିକାରୀଙ୍କ ବ୍ୟକ୍ତିଗତ ଚଳାକଙ୍କ ଦ୍ଵାରା ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିନେଇଥିଲେ । ଏଥିରେ ମୋଟ ୩ଜଣଙ୍କୁ ଗିରଫ କାଯାଇଛି ।
ଭିଜିଲାନ୍ସ ହାତରେ ଧରା ପଡିଲେ ନିହଲ ପ୍ରସାଦ ଥାନା ଅଧିକାରୀ
|
February 26, 2021 |