ଭିକିପୁରରେ ଅଷ୍ଟପ୍ରହର ନାମଯଜ୍ଞ, ହରିନାମରେ କମ୍ପିଲା ପଲ୍ଲୀ

Spread the love

ଯାଜପୁର,୨୫/୦୩  (ସନ୍ଧାନ ନିଉଜ/ଜଗମୋହନ ରାଉତ) : ରସୁଲପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନଗର ପଂଚାୟତ ଭିକିପୁର ଗାଁରେ ଅଷ୍ଟପ୍ରହର ନାମଯଜ୍ଞ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞ ଉତ୍ସବ ଗ୍ରାମରେ ୨୩ବର୍ଷ ଧରି ମହାସମାରୋହରେ ପାଳନ ହୋଇ ଆସୁଛି । ୩ଦିନ ବ୍ୟାପି ଅନୁଷ୍ଠିତ ଅଷ୍ଟପ୍ରହରୀ ଉତ୍ସବରେ ସମଗ୍ର ଗାଁ ଉତ୍ସବ ମୁଖର ହୋଇଉଠିଛି । ହରିନାମ ଶବ୍ଦରରେ ପୁରପଲ୍ଲୀରେ ଧର୍ମୀୟ ଭାବନା ସୃଷ୍ଟି କରି ପାରିଛି ।
ଏଥିସକାଶେ ଶନିବାର ଦିନ ଶୁଭାଧିବାସ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ଦିବସରେ ଆସ୍ଥାନ ପ୍ରତିଷ୍ଠା, ଭୂମି ପୂଜନ, ପ୍ରଭୂ ରାଧାକୃଷ୍ଣ ଓ ଚୈତନ୍ୟ ମହାପ୍ରଭୂଙ୍କ ଫଟୋଚିତ୍ର ଆସ୍ଥାନରେ ଅବସ୍ଥାନ କରାଯାଇଥିଲା । ରବିବାର ପ୍ରତୁ୍ୟଷରୁ କଳସ ଶୋଭାଯାତ୍ରା, ଘଟ ସ୍ଥାପନ, ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଅହୋରାତ୍ରା ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ନାମଯଜ୍ଞ କାର୍ଯ୍ୟରେ ୧୦ରୁ ଉର୍ଦ୍ଧ ସଂକୀର୍ତ୍ତନ ମଣ୍ଡଳି ଯୋଗଦାନ କରି ହରିନାମ ପରିବେଷଣ କରିଥିଲେ । ଆଜି ଅପରାହ୍ନରେ ନଗର ଭ୍ରମଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୀର୍ତ୍ତନ ମଣ୍ଡଳିଙ୍କ ସହ କଳସଧାରୀମାନେ ଗ୍ରାମ ପରିକ୍ରମା କରିଥିଲେ । ଏହି ସମୟରେ ଗାଁ ଦାଣ୍ଡରେ ଲୋକାରଣ୍ୟ ହୋଇଉଠିଥିଲା । ମାନସିକଧାରୀମାନେ ରାସ୍ତାରେ କଳସ ସ୍ଥାପନ ଅଧିଆପଡି ଆଶିଷ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଯୋଗୁଁ ଗ୍ରାମବାସୀଙ୍କର ମନୋସ୍କାମନା ପୂରଣ ହେବା ସହ ବିଭିନ୍ନ କାର୍ଯ୍ୟରେ ଉନ୍ନତି ଘଟିଛି ବୋଲି ଗ୍ରାମର ପୁରୁଖା ନବଘନ ମହଲା, ଯୁଧିଷ୍ଠର ମହାଲା, ଶଙ୍କର୍ଷଣ ସାହୁ, ନିରଞ୍ଜନ ସାହୁ, ମନମ୍ମଥ ଜେନା, ଦୀନବଂଧୁ ସାହୁ, ଶ୍ରୀଧର ସାହୁ, ବିନୋଦ ବିହାରୀ ସାହୁ, ଗଂଗାଧର ସାହୁ, ସୁଦର୍ଶନ ଜେନା, ହରିହର ସାହୁ, ବିଶ୍ୱମ୍ବର ପାଢୀମାନେ ମତ ରଖିଛନ୍ତି । ଏହି କାର୍ଯ୍ୟକ୍ରମକୁ ହରିଗୋସାଇଁ ରାଧାରମଣ ନାମଯଜ୍ଞ କମିଟି ପରିଚାଳନା କରିଥିଲେ ।

Related Posts

About The Author

Add Comment