ବଡ଼ସାହି, ୨/୯/୨୦ (ସନ୍ଧାନ ନିଉଜ)- ବୁଧବାର ଗଙ୍ଗାହାର ନଦୀର ବନ୍ୟା ଜଳରେ ଭାସି ନିଖୋଜ ଥିବା ଭୀମଦା ପଞ୍ଚାୟତର ଜଣେ ମହିଳା (୬୫)ଙ୍କୁ ୩କିମି ତଳମୁଣ୍ଡରୁ ରବିବାର ସକାଳେ ଠାବ କରାଯାଇ କୋଭିଡ଼ ଗାଇଡ଼ଲାଇନ ଅନୁଯାୟୀ ସତ୍କାର କରାଯାଇଛି। ମହିଳା ଜଣଙ୍କ ଭାସି ନିଖୋଜ ହେବା ପରେ ୩ଦିନ ଧରି ଓଡା଼ପ ଟିମ୍ ଅଗ୍ନିଶମ ବାହିନୀ, ଆମୀୟ ଓ ସ୍ଥାନୀୟ ଲୋକେ ଖୋଜା ଖୋଜି କରି ବିଫଳ ରହିଥିଲେ। ତେବେ ବନ୍ୟା ଜଳ କମିବାପରେ ରବିବାର ସକାଳେ ମାନଗୋବିନ୍ଦପୁର ପଞ୍ଚାୟତ, ଜଡିଦା ଗ୍ରାମର ଯଛିନ୍ଦ୍ର ବେହେରା ଜଡ଼ିଦା-ଆଗରିଆ ରାସ୍ତା ପାର୍ଶ୍ଵ ଗଣେଶ୍ୱର ବେହେରାଙ୍କ ପାଳଜମିରେ ଏକ ଗଳିତ ଶବ ମୁହଁମାଡ଼ି ପଡ଼ିଥିବା ଦେଖୁଥିଲେ ପରେ ସୂଚନା ପାଇ ମୃତ ମହିଳାଙ୍କ ନାତି ତାଙ୍କୁ ଚିହ୍ନଟ କରିଥିଲେ ଖବରପାଇ ବଡ଼ସାହି ବିଡ଼ିଓ କରୁଣାକର ଧନ୍ଦା, ତହସିଲଦାର ମମତାଜ ମହାରଣା, ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ସଞ୍ଜିବ କୁମାର ବୋଇତାଇ ଓ ବୈଶିଙ୍ଗା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ବଡ଼ସାହିର ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ସ୍ଥାନୀୟ ସରପଞ୍ଚ କୁନି ସିଂ, ବ୍ଲକ ବିଜେଡି ସଭାପତି ପ୍ରକାଶ ଚନ୍ଦ୍ର ଦଳେଇ, ଯୁବ ସଭାପତି ନିହାର ରଞ୍ଜନ ମହାପାତ୍ର ଓ ଅର୍ଜୁନ ଦଳେଇଙ୍କ ଉପସ୍ଥିତିରେ ସମସ୍ତେ ପରିବାର ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ମୃତ ମହିଳାଙ୍କ ପୁଅ କରୋନା ଅକ୍ରାନ୍ତ ଜଣାପଡ଼ିବା ପରେ ତାଙ୍କ ପରିବାରର ୪ଜଣ ଘଟଣା ଦିନ କୋଭିଡ ପରୀକ୍ଷା ପାଇଁ ବଡ଼ସାହି ଡାକ୍ତରଖାନା ଆସି ସରକାରୀ ଗାଡ଼ିରେ ଘରକୁ ଫେରିବା ସମୟରେ ମାଣତ୍ରୀ ନିକଟ ବିତନ୍ମ ଚଟାଣି ପୋଲ ରାସ୍ତା ଉପରେ ପ୍ରଖର ସ୍ରୋତରେ ବନ୍ୟାଜଳ ପ୍ରବାହିତ ହେଉଥିଲା । ଏଣୁ ସେମାନେ ଚାଲିଚାଲି ପୋଲ ପାରି ହେଉଥିବା ବେଳେ ସ୍ନେହଲତା ଭାସିଯାଇଥିଲେ । ତହିଁ ପରଦିନ ସ୍ନେହଲତାଙ୍କ ସହିତ ୪ଜଣଙ୍କର ରିପୋର୍ଟ ପୋଜିଟିଭ ଆସିଥିବାରୁ କୋଭିଡ ନିୟମ ଅନୁସାରେ କିପରି ଶେଷକୃତ୍ୟ ସମ୍ପନ୍ନ ହେବ ତାହା ସ୍ଥିର ହୋଇଥିଲା । ଗଳିତ ଶବଟିର ଅବସ୍ଥା ଅନ୍ୟତ୍ର ନେବା କିମ୍ବା ପାଣି ଘେରରେ ଗଭାର ଗାତ ଖୋଳି ପୋତିବା ସମ୍ଭବ ହୋଇ ନ ଥିଲା ଫଳରେ ପାଳ ମାଳିକ ଶ୍ରୀ ବେହେରାଙ୍କ ଅନୁମତି ନେଇ ସେହି ଅଞ୍ଚଳକୁ ସାନିଟାଇଜ କରି ଶବ ମିଳିଥିବା ସ୍ଥାନରେ ପୋଡି ଦିଆଯାଇଥିଲା । ସତ୍କାର କରୁଥିବା ଲୋକ ମାନଙ୍କୁ ପ୍ରଶାସନ ପକ୍ଷରୁ ପିପିଇ କିଟ୍ ଯୋଗାଇ ଦିଆଯାଇଥିଲା । ଏହାପରେ ଜଡ଼ିଦାର ଉଭୟ ଗ୍ରାମକୁ ଦମକଳ ବାହିନୀ ପକ୍ଷରୁ ସାନିଟାଇଜ କରାଯାଇଥିଲା । ପୂର୍ବତନ ବିଧାୟକ ଶ୍ରୀ ପାତ୍ର ଘଟଣା ସମ୍ପର୍କରେ ଜିଲ୍ଲା ପର୍ଯ୍ୟବେକ୍ଷକ-ପ୍ରଣବ ପ୍ରକାଶ ଦାସଙ୍କ ସହିତ ଆଲୋଚନା କରି ପୀଡିତ ପରିବାରକୁ ସହାୟତା ପ୍ରଦାନ ପାଇଁ ନିବେଦନ କରିଥିଲେ । ତେବେ ପ୍ରଶାସିନିକ ଅଧୁରୀଗଣ ମୃତକଙ୍କ ପରିବାରକୁ ସରକାର ନିୟମ ଅନୁଯାୟୀ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି । ପୋଲ ପାରି କରିବା ସମୟରେ ଓ ବନ୍ୟାଜଳରୁ ଉଦ୍ଧାର ପାଇଁ ଚେଷ୍ଟା କରିଥିବା ଯୁବକମାନେ ମହିଳାଙ୍କ ପରିବାର ସହିତ ସିଧାସଳଖ କଣ୍ଟାକ୍ତରେ ଆସିଥିବାରୁ ସମସ୍ତଙ୍କର କୋଭିଡ଼ ର ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି ।
ଭାସିଯାଇଥିବା ମହିଳାଙ୍କ ଗଳିତ ଶବ ଉଦ୍ଧାର, କୋଭିଡ଼ ନିୟମାନୁସାରେ ହେଲା ସତ୍କାର
|
September 2, 2020 |



