ଭାଷଣରେ ନହୋଇ ଓଡିଆ ଭାଷାକୁ କାର୍ଯ୍ୟରେ ଲଗାଇବା ଆବଶ୍ୟକ: ପ୍ରୟାସ ପକ୍ଷରୁ ଉତ୍କଳ ଦିବସ ପାଳିତ

Spread the love

ଚଣ୍ଡିଖୋଲ ୨/୪ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରୟାସ’ ପକ୍ଷରୁ ଚଣ୍ଡିଖୋଲସ୍ଥିତ ପ୍ରେସ କ୍ଲବ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ଭାରତ ଭୁଷଣ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ମୁଖ୍ୟ ବକ୍ତା ଭାବେ ସମ୍ବକାର ଅନିରୁଦ୍ଦ ସାମନ୍ତରାୟ, ସମ୍ମାନୀୟ ଅତିଥି ଭାବେ ଅଧ୍ୟାପକ ସଲିଲ ରାଜନନ୍ଦନ ମହାନ୍ତି, ଆଡୋଭୋକେଟ୍ ଜନବେହେରା, ଉଦୟନାଥ ସାହୁ, କୈଳାସ ସମାଲ, ଦେବରାଜ ବେହେରା, ଧରିତ୍ରୀର ପ୍ରତିନିଧି ପ୍ରଦିପ୍ତ ପୃଷ୍ଟି, ସାମ୍ବାଦିକ ଦିଲିପ ମହାନ୍ତି, ଶିବରାମ ସାହୁ, ମୋହନ ଖିଲାର, ସୁରେନ୍ଦ୍ର ସାମଲ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଓଡିଆ ଭାଷାର ସରକାରୀ କ୍ଷେତ୍ରରେ କାର୍ଯ୍ୟକାରୀ ହେବା ପାଇଁ ଆଇନ କେବଳ ଆଇନ୍ରେ ରହିଯାଇଛି ତାହା କାର୍ଯ୍ୟକ୍ଷେତ୍ରରେ ଲାଗୁ ହେବା ଦରକାର ବୋଲି ମତ ରଖିଥିଲେ । ଏପରକି ଆଇନ୍କୁ କାର୍ଯ୍ୟକାରୀ କରିବା ଏବଂ ଉତ୍କଳର ମହାମନୀଷ ମାନଙ୍କୁ ସମ୍ମାନ ପାଇଁ ସେମାନଙ୍କୁ ବଳିଦାନକୁ ଜୀବନ୍ତ ରଖିବାର ଅବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ଏପରକି ଓଶିଆ ଭାଷାର ପୁରାତନ ଗଳ୍ପ, ଉପନ୍ୟାସ, କବିତା ଗୁଡିକ ବାସ୍ତବ କ୍ଷେତ୍ରକୁ ଦେଖି ସୃଷ୍ଟି କରାଯାଇଥିଲା ତାହା ଆଜି ବିପଦରେ ତାହାର ସୁରକ୍ଷା ହେବା ସହିତ ତାହା ଅନ୍ୟଭାଷାରେ ରୁପାନ୍ତରିତ ହୋଇପାରିବା ଭଳି କାର୍ଯ୍ୟପନ୍ଥା ରାଜ୍ୟ ସରକାର ନେବା ଦରାକର ବୋଲି ମତ ପ୍ରକାଶ ପାଇବା ସହିତ ଓଡିଆ ଭାଷରେ ଗବେଷଣା ପାଇଁ ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ସଭାରେ ଅତିଥି ମାନେ ପ୍ରକାଶ କରିଥିଲେ । ଅନୁଷ୍ଠାନର ସଭ୍ୟ ପ୍ରତାପ ଗୋଚ୍ଛାୟତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଗବେଷକ ମାନସ କୁମାର ରାଉତ ନିଜର ବକ୍ତବ୍ୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ପଲେଇ, ସୁଶାନ୍ତ ନାୟକ, ଅଭୟ ସାମଲ, ଅନିତା ବେହେରା, ସଂଘମିତ୍ରା ଦଳାଇ, ଭବତୋଷ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗନେଇଥିଲେ ।

Report- M Rout

Related Posts

About The Author

Add Comment