ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

Spread the love

ଠାକୁରମୁଣ୍ଡା, ୦୭.୦୨.୨୦୨୧(ସନ୍ଧାନ ନିଉଜ୍):-  ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ବନାଞ୍ଚଳ ଭାଲିଆଡାଳ ପଞ୍ଚାୟତ ବାଗଦଫା ଗ୍ରାମରେ ଶନିବାର ଅପରାହ୍ନରେ ଭାଲୁ ଆକୁମୁଁଣର ଜଣେ ବୃଦ୍ଧଙ୍କ ଅବସ୍ଥା ଗୁରୁତର ହୋଇଛି । ଗୁରୁତର ଥିବା ବୃଦ୍ଧ ମଙ୍ଗଲ ହାଇବୁରୁ (୬୫) ଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭରି କରାଯାଇଛି । ମଙ୍ଗଲ ନିଜ ଘର ବାଡ଼ି ପଛ ପଟକୁ ଯାଇଥିବା ସମୟରେ ବାଡ଼ିକୁ ଲାଗି ରହିଥିବା ଜଙ୍ଗଲ ଭିତରୁ ଏକ ଭାଲୁ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା ଭାଲୁ ଆକ୍ରମଣ ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଅଞ୍ଚଳରୁ ଏକ ଗାଡି ଯୋଗେ ଆଣି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଭାଲୁ ଆକ୍ରମଣ ରେ ତାଙ୍କର ମୁଣ୍ଡ,ଆଖି,ଗୋଡରେ ଗଭୀର କ୍ଷତ ହୋଇଛି ।

Related Posts

About The Author

Add Comment