ଭାରସାମ୍ୟ ହରାଇ ଘାଟିରେ ଅଟୋ ଓଲଟି ୮ ଆହତ

Spread the love
ବାଲିଗୁଡ଼ା, ୨୧/୧୧/୨୧(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବ୍ଳକର ରୁଦାଙ୍ଗିଆ ଘାଟିରେ ଅଟୋ ଓଲଟି ଚାଳକଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି I ରବିବାର ଦିନ ଟିକାବାଲି ବ୍ଲକ ଟପରବାଲି ଗ୍ରାମର କିଛି ଗ୍ରାମବାସୀ ରାଇକିଆ ବ୍ଲକ ଦିଗୀ ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲେ Iସନ୍ଧ୍ୟା ସମୟରେ ଅଟୋ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ରୁଦାଙ୍ଗିଆ ଘାଟିରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା I ଯାହା ଫଳରେ ସେଥିରେ ବସିଥିବା ରୋହନ କୁମାର ପ୍ରଧାନ (ଶିଶୁ), ରାହୁଲ ପ୍ରଧାନ(ଶିଶୁ), ସୀମାଞ୍ଚଳ ପ୍ରଧାନ (ଅଟୋ ଚାଳକ), ସନ୍ଦୀପ ପ୍ରଧାନ(ଶିଶୁ), ଶାଶୀମାଇ ପ୍ରଧାନ(ବୃଦ୍ଧା), ଉମେଶ କହଁର (ଶିଶୁ), ଶର୍ମିଳା ପ୍ରଧାନ(ଯୁବତୀ) ଓ ଅନିମା କହଁର (ମହିଳା) ଆହତ ହୋଇଥିଲେ I ଖବର ପାଇ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇ ଥିଲା I

Related Posts

About The Author

Add Comment