ବାରିପଦା/ଖୁଣ୍ଟା ୨୪/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା ଲାଗି ରହିଥିବା ସମ୍ପର୍କରେ ମଙ୍ଗଳବାର ସ୍ଥାନୀୟ ଜନସାଧାରଣ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରି ଭାରପ୍ରାପ୍ତ ଅଧିକାରୀଙ୍କ ପରିବର୍ତ୍ତନ ଦାବି କରିଥିଲେ । ପରିଚାଳନାଗତ ଅବ୍ୟବସ୍ଥା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରର ବର୍ହିବିଭାଗ ଓ ଅନ୍ତବିଭାଗକୁ ଆସୁଥିବା ଶତାଧିକ ରୋଗୀଙ୍କ ସ୍ବାସ୍ଥ୍ୟ କେନ୍ଦ୍ର ଉପରୁ ଆସ୍ଥା ତୁଟିଲାଣି । ସେଥିପାଇଁ ଗତ ଫେବୃଆରୀ ମାସରେ ଯୋଗ ଦେଇଥିବା ସ୍ଥାନୀୟ ଭାରପ୍ରାପ୍ତ ଚିକିତ୍ସାଧୀନ ଦିଲିପ ଜେନାଙ୍କ ଜନସାଧାରଣ ଦାୟୀ କରିଥିବା ବେଳେ ତାଙ୍କ ସ୍ଥାନରେ ଜଣେ ବରିଷ୍ଠ ଡ଼ାକ୍ତରଙ୍କୁ ଅବସ୍ଥାପିତ କରାଯାଇ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ଵ ପ୍ରଦାନ କରାଯିବାକୁ ଦାବି କରାଯାଇଥିଲା ।
ସୂଚନାଯୋଗ୍ୟ ଯେ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମେଡିସିନ, ଶିଶୁ ସମେତ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପଦ ଦୀର୍ଘ ଦିନରୁ ଖାଲି ପଡିଛି । ଏହି ଡାକ୍ତରଖାନା ଉପରେ ଉଭୟ ଗୋପବନ୍ଧୁ ନଗର ଓ ଖୁଣ୍ଟା ବ୍ଲକର ଜନସାଧାରଣ ନିର୍ଭର କରିଥାନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗରିବ ରୋଗୀଙ୍କ ବହୁ ସମୟରେ ସ୍ବାସ୍ଥ୍ୟ କେନ୍ଦ୍ରରୁ ମାଗଣା ଔଷଧ ପ୍ରଦାନ କରାଯାଉନାହିଁ । କରୋନ ଆଳରେ ଗୁରୁତର ରକ୍ତଚାପ ରୋଗୀଙ୍କ ରକ୍ତ ଚାପ ମାପିବା ଦୂରେ ଥାଉ ସେମାନଙ୍କୁ ଛୁଇଁବାକୁ ମନା କରାଯାଉଛି ଇତ୍ୟାଦି ସମସ୍ତ ଘଟଣା ବାବଦରେ ପ୍ରଥମେ ଏସଡିଏମଓ ଶ୍ରୀ ମହାନ୍ତିଙ୍କ ସହିତ ଆଲୋଚନା ପରେ ତାଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଥିଲା । ଆଲୋଚନା ବେଳେ ସ୍ବାସ୍ଥ କେନ୍ଦ୍ରରେ ଡ୍ୟୁଟି ଚାର୍ଟ ଲେଖା ଯାଉନଥିବା ବାବଦରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଫଳରେ ରୋଗୀମାନେ କେଉଁ ଡାକ୍ତର କେଉଁ ଦାୟିତ୍ବରେ ରହିଛନ୍ତି ତାହା ଜାଣି ନପାରି ହଟହଟା ହେଉଛନ୍ତି । ସେହିପରି ଦୂରରୁ ଆସୁଥିବା ଟିବି ରୋଗୀଙ୍କ କଫ ସଂଗ୍ରହ ପାଇଁ ଖୋଲା ସ୍ଥାନରେ ସେମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ପରେ ଶ୍ରୀମହାନ୍ତି ସେ ନେଇ ଆଶ୍ଚର୍ୟ୍ୟ ପ୍ରକଟ କରିଥିବା ବେଳେ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ । ମାତ୍ର ରୋଗୀ ଅସନ୍ତୁଷ୍ଟ ହେବା ବ୍ୟତୀତ ସ୍ବାସ୍ଥ୍ୟ କେନ୍ଦ୍ରର ଆଭ୍ୟନ୍ତରୀଣ ଅବ୍ୟବସ୍ଥା ମଧ୍ୟ ଏବେ ଚରମ ସୀମାରେ ପହଞ୍ଚିଛି ।ଫଳରେ ଗୋଟିଏ ମାସରେ ଗୋଟିଏ ଘଟଣାକୁ କେନ୍ଦ୍ରକରି ଦୁଇଥର ସିଡିଏମଓ ଯାଞ୍ଚ୍ ଦଳ ପଠାଇଛନ୍ତି । ଜଣେ ଆୟୁଷ ଡାକ୍ତରଙ୍କ ଅଭିଯୋଗ କ୍ରମେ ସିଡିଏମଓଙ୍କ ନିର୍ଦ୍ଦେଶରେ ଗତ ୮ ତାରିଖରେ ଜିଲ୍ଲାରୁ ଡିପିଏମ ଓ ଡିଏଲଓ ଯାଞ୍ଚ କରି ଫେରିଥିବା ବେଳେ ସେ ସମ୍ପର୍କରେ ଶ୍ରୀ ମହାନ୍ତି କହିନଥିଲେ। ତେବେ ସେହି ସମାନ ଘଟଣା ପାଇଁ ଆଜି ଏସଡିଏମଓ ଶିବାନନ୍ଦ ମହାନ୍ତି ଯାଞ୍ଚ କରିବାକୁ ଆସିଥିବା ଜଣାପଡିବା ପରେ କେଉଁ ପରିସ୍ଥିତିରେ ଓ କାହା ଚାପରେ ଦ୍ବିତୀୟ ଯାଞ୍ଚର ଆବଶ୍ୟକତା ପଡ଼ିଲା ତାହା ସ୍ପଷ୍ଟ ହୋଇନାହିଁ। ତେବେ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଏହା ନୂଆ ଘଟଣା ନୁହେଁ। ପୂର୍ବରୁ ଜଣେ ସ୍ବାସ୍ଥ୍ୟ ପରିଦର୍ଶକଙ୍କ ବିରୋଧରେ ଦୁଇ ଥର ଅଭିଯୋଗ ହେବା ଓ ଦୁଇ ଥର ଯାଞ୍ଚ କରାଯିବା ପରେ ଉକ୍ତ ରିପୋର୍ଟ ଶୀତଳ ଭଣ୍ଡାରରେ ପଡିରହିଛି। ସମ୍ପୃକ୍ତ କର୍ମଚାରୀ କ୍ଷେତ୍ରରେ କମ ଖୁଣ୍ଡା ସିଏଚସିରେ ବେଶୀ ସମୟ ରହି କିରାଣି କାମ କରନ୍ତି ଯାହା ତାଙ୍କର ସ୍ବାସ୍ଥ୍ୟ ବିଭାଗରେ ଅଖଣ୍ଡ ପ୍ରଭାବକୁ ଦର୍ଶାଉଛି। ଜଣେ ବରିଷ୍ଠ ଡାକ୍ତରଙ୍କୁ ସିଏଚସିର ଦିୟୀତ୍ବ ଦେବା ସହିତ ଡାକ୍ତର ଦିଲିପ ଜେନାଙ୍କ ଠାରୁ ଭାରପ୍ରାପ୍ତ ଦାୟିତ୍ଵ କାଢିନେବାକୁ ଜନସାଧାରଣ ଦାବି କରିଛନ୍ତି। ଅନ୍ୟଥା ଜନ ଅସନ୍ତୋଷ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଶ୍ରୀ ମହାନ୍ତି ଅଭିଯୋଗ ସମ୍ପର୍କରେ ସିଡିଏମଓଙ୍କୁ ଅବଗତ କରିବେ ବୋଲି କହିଥିଲେ।
ଭାରପ୍ରାପ୍ତ ଅଧିକାରୀଙ୍କ ପରିବର୍ତ୍ତନ ଦାବି
|
July 24, 2020 |
