ଭାରତ ୮ୱିକେଟରେ ବିଜୟୀ, ସିରିଜ ୧-୧ରେ ବରାବର

Spread the love

ରାଜକୋଟ, ୭/୧୧ (ସନ୍ଧାନ ନିଉଜ) : ଗୁଜୁରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟଚରେ ଭାରତ ୮ୱିକେଟରେ ବିଜୟୀ ହୋଇଛି। ଏହାସହିତ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜ ବରାବର ସ୍ଥିତିରେ ପହଞ୍ଚିଛି। ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଭାରତ ଏହି ମ୍ୟାଚକୁ ଜିତିବାରେ ସକ୍ଷମ ହୋଇଛି। ରୋହିତ ୪୩ବଲ ଖେଳି ୮୫ରନ୍ ସଂଗ୍ରହ କରିଛନ୍ତି। ସେ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାସହିତ ରୋହିତଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଛି।

ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୩ ରନ କରିଥିଲା। ଭାରତୀୟ ଦଳ ୧୪.୩ ଓଭରରେ ୨ ୱିକେଟ ହରାଇ ନିର୍ଦ୍ଧାରିତ ଲକ୍ଷ୍ୟକୁ ହାସଲ କରିନେଇଛି।

Related Posts

About The Author

Add Comment