ଭାରତ ହେଉଛି ଶକ୍ତିଶାଳୀ, ମେ’ରେ ଆସିବ ରାଫେଲ

Spread the love

ନୂଆଦିଲ୍ଲୀ, ୦୫/୧୦ (ସନ୍ଧାନ ନିୟୁଜ) ଆସନ୍ତାବର୍ଷ ମେ’ରେ ପ୍ରଥମ ରାଫେଲ ଯୁଦ୍ଧବିମାନ ଭାରତୀୟ ଆକାଶରେ ଦେଖିବାକୁ ମିଳିବ। ମେ’ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ଡାସଲ୍ଟ ଆଭିଏଶନ କମ୍ପାନୀ ଭାରତକୁ ୪ଟି ରାଫାଲ ଜେଟ୍‌ ଯୋଗାଇଦେବ ବୋଲି ଶୁକ୍ରବାର ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଆର.କେ.ଏସ୍‌. ଭଦୁରିଆ କହିଛନ୍ତି। ସେତେବେଳକୁ ଭାରତୀୟ ପାଇଲଟଙ୍କ ପ୍ରଶିକ୍ଷଣ ଶେଷ ହୋଇଥିବ। ୮ ତାରିଖରେ ବାୟୁସେନା ଦିବସ ପାଳନ ହେବାକୁ ଥିବାବେଳେ ଭଦୁରିଆ ଖବରଦାତା ସମ୍ମିଳନୀରେ ଉପରୋକ୍ତ ସୂଚନା ଦେଇଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୮ ତାରିଖ ଦଶହରା ଦିନ ଫ୍ରାନ୍ସରେ ପ୍ରଥମ ରାଫାଲ ଜେଟ୍‌ ଗ୍ରହଣ କରିବେ। ସେ ଏହାର ଏକ ଟ୍ରେନର୍‌ ଭର୍ସନକୁ ଉଡ଼ାଇବା କାର୍ଯ୍ୟକ୍ରମ ରହିଛି। ଏହି ଆନୁଷ୍ଠାନିକ ହସ୍ତାନ୍ତର ପ୍ରକ୍ରିୟା ଶେଷ କରିବା ଲାଗି ଗତ ମାସରେ ଏକ ତଦାରଖ ଟିମ୍‌ ଫ୍ରାନ୍ସ ଯାଇଥିଲା। ସେତେବେଳେ କାଗଜପତ୍ର କାମ ଶେଷ ହେବା ସହ ବାୟୁସେନା ରାଫାଲ ବିମାନ ଗ୍ରହଣ କରିଥିଲା। ୮ରେ ପ୍ରତିରକ୍ଷା ମନ୍ତ୍ରୀ ଆନୁଷ୍ଠାନିକ ଭାବେ ଏହାକୁ ଗ୍ରହଣ କରିବେ ବୋଲି ଭଦୁରିଆ କହିଛନ୍ତି।

Related Posts

About The Author

Add Comment