ଭାରତ ସହିତ ସୀମା ବିବାଦ ମଧ୍ୟରେ ନୂଆ ଆଇନ୍ ଲାଗୁ କରିବାକୁ ଯାଉଛି ଡ୍ରାଗନ୍‌

Spread the love

ଲଦାଖ, ୨୭/୧୦/୨୦୨୧ (ସନ୍ଧାନ ନିଉଜ) : ସୁଧୁରୁନି ଚୀନ୍ । କିଛି ନା କିଛି ଉପାୟରେ ବଢାଉଛି ବିବାଦ । ଗତ ଦୁଇ ବର୍ଷ ହେଲା ଭାରତ ସହିତ ଚୀନର ସୀମା ବିବାଦ ଉଗ୍ର ରୂପ ନେଇଥିବା ବେଳେ ଏପର୍ଯ୍ୟନ୍ତତ ସମସ୍ୟାର ସମାଧାନ କରୁନାହିଁ ଡ୍ରାଗନ୍ । ଏଭଳି ସ୍ଥିତିରେ ସୀମାରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଆଉ ଏକ ନୂଆ ଚାଲ୍ ଖେଳିଛି ଚୀନ୍ । ଏଲଏସି ବା ବାସ୍ତବିକ ନିୟନ୍ତ୍ରଣ ରେଖାକୁ ନେଇ ଭାରତ ସହିତ ଚାଇନାର ଦୀର୍ଘ ଦିନରୁ ବିବାଦ ଲାଗି ରହିଛି । କିଛି ସମୟରେ ଭାରତ ସୀମାରେ ଚୀନ୍ ପ୍ରବେଶ କରିବାକୁ ଚେଷ୍ଟା କରିଆସିଛି ମାତ୍ର ଚୀନ୍ ର ସେ ଆଶା ସଫଳ ହୋଇନାହିଁ । ଭାରତ ପକ୍ଷରୁ କଡ୍ଡା ଯବାବ୍ ପାଇବା ପରେ ଚୀନ ଏବେ କେବଳ ଔଷଧ ବିକଳରେ ତାଟିଆ କମୁଡିବା ପରିସ୍ଥିତିରେ ରହିଛି । ତେବେ ଏଭଳି ଭୟଙ୍କର ବିବାଦ ମଧ୍ୟରେ ଚୀନ୍ ରେ ନୂଆ କାନୁନ୍ ଲାଗୁ ହେବାକୁ ଯାଉଛି । ଯାହା ନିକଟରେ ଚାଇନା ସରକାରଙ୍କ ଦ୍ୱାରା ପାସ୍ ହୋଇଛି । ଚୀନ୍‌ରେ ନୂଆ ଭୂମି ସୀମା କାନୁନ୍ ଲାଗୁ ହେବାକୁ ଯାଉଛି । ଯାହା ଦ୍ୱାରା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚୀନ ଜନବସତି ସୃଷ୍ଟି କରିବାକୁ ଚାହୁଁଛି । ଭାରତ ଓ ଭୁଟାନ୍ ସହିତ ଡ୍ରାଗନ୍‌ର ସୀମା ବିବାଦ ଲାଗି ରହିଛି ଏଭଳି ସ୍ଥିତିରେ ଚୀନ୍ ନୂଆ ଭୂମି ସୀମା କାନୁନ୍ ଭଳି ଚାଲାକି କରିଛି । ଯଦି ସୀମା ନିକଟରେ ଜନବସତି ସୃଷ୍ଟି ହୁଏ ତେବେ ଅନ୍ୟ ଦେଶ ମାନଙ୍କ ସହିତ ଚୀନ୍‌ର ବିବାଦ ଦେଖାଦେବା ପରେ ମଧ୍ୟ ସେହି ଦେଶ ମାନେ ଏତେ ସହଜରେ ଡ୍ରାଗନ୍ ସୀମା ଉପରକୁ ଆକ୍ରମଣ କରିପାରିବେ ନାହିଁ । ଯାହା ପରୋକ୍ଷ ଭାବରେ ଚୀନ ପାଇଁ ଏକ କବଚ ହେବାକୁ ଯାଉଛି । ଏହି ନୂଆ କାନୁନ୍ ଚାଇନାରେ ଆସନ୍ତା ବର୍ଷ ଜାନୁଆରୀରେ ଲାଗୁ ହେବାକୁ ଯାଉଛି । ଏହି କାନୁନ୍ ଅନୂଯାଇ ଚୀନର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆର୍ଥିକ, ସାମାଜିକ ବିକାଶ କରାଯିବ ଯାହା ଦ୍ୱାରା ସେହି ଅଞ୍ଚଳରେ ଲୋକମାନଙ୍କ ରହିବା ସହଜ ହେବ । ଏହା ସହିତ ଅଧିକ ସୌନ୍ୟ ମୁତୟନ କରାଯାଇ ଚୀନି ନାଗରିକ ମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବ ବୋଲି ଡ୍ରାଗନ୍ ନିଜ ଦେଶବାସୀଙ୍କୁ ପ୍ରତିଶୃତି ଦେଇଛି ।

Related Posts

About The Author

Add Comment