ନୂଆ ଦିଲ୍ଲୀ, ୨୮/୦୩/୨୧ (ସନ୍ଧାନ ନିଉଜ) : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ଅନ୍ତିମ ମ୍ୟାଚ୍ ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜି କେଉଁ ଦଳ ଜିତିବ, ସିରିଜରେ ବିଜୟୀ ସେହି ଦଳ ହେବ। ଭାରତୀୟ ଦଳରେ ପରିବର୍ତ୍ତନ ହୋଇଛି। ଆଜି ସ୍ପିନର କୁଲଦୀପ ଯାଦବଙ୍କ ସ୍ଥାନରେ ଟି ନଟରାଜନଙ୍କୁ ସୁଯୋଗ ମିଳିଛି। ଏଥି ସହିତ ଇଂଲଣ୍ଡ ମଧ୍ୟ ନିଜ ଦଳରେ ପରିବର୍ତ୍ତନ ଆଣିଛି। ମାର୍କ ଉଡ୍, ଟମ କୁରାନଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଭାରରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଜି ପ୍ରଥମେ ରୋହିତ ଶର୍ମା ଏବଂ ଶିଖର ଧାୱନ ଓପନିଂ କରିବାକୁ ଆସିଥିଲେ। ରୋହିତ ଶର୍ମା କେବଳ ୩୭ଟି ବଲ୍ ଖେଳି ୩୭ ରନ୍ କରି ଆଦିଲ୍ ରସିଦ୍ଙ୍କ ବଲ୍ରେ ଆଉଟ୍ ହୋଇଯାଇଥିଲେ। ଏହା ପରେ ଶିଖର ଧାୱନ ୫୬ଟି ବଲ୍ ଖେଳି ୬୭ ରନ୍ କରିଥିଲେ। ଏଥିରେ ସେ ୧୦ଟି ଚୌକା ମାରିଛନ୍ତି। ଏହା ପରେ ଅଧିନାୟକ ବିରାଟ କୋହଲି ଆସ କେବଳ ୧୦ଟି ବଲ୍ ଖେଳି ୭ ରନ୍ରେ ଆଉଟ୍ ହୋଇଯାଇଥିଲେ। ଏହା ପରେ କେଏଲ୍ ରାହୁଲ ମଧ୍ୟ କେବଳ ୧୮ଟି ବଲ୍ ଖେଳି ୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ ଖେଳିପାରିଲେନି ସମ୍ପୂର୍ଣ୍ଣ ୫୦ ଓଭର। କେବଳ ଭାରତ ୪୮.୨ ଓଭରରେ ଅଲ୍ ଆଉଟ୍ ହୋଇ ଭାରତ କରିଛି ୩୨୯ ରନ୍। ତେବେ ଋଷଭ ପନ୍ତ ଏବଂ ହାର୍ଦ୍ଦିକପାଣ୍ୟା ତାଙ୍କର ଅର୍ଦ୍ଧଶତକ ମାରିଛନ୍ତି।
ଭାରତ ଇଂଲଣ୍ଡକୁ ଦେଲା ୩୩୦ ରନ୍ର ବିଜୟ ଲକ୍ଷ, ଭାରତ ୪୮.୨ ଓଭରରେ ଅଲ୍ ଆଉଟ୍
|
March 28, 2021 |