ଭାରତୀୟ ସେନାକୁ ମିଳିବ ଏହି ଅଭେଦ୍ୟ ବୁଲେଟପ୍ରୁଫ ଜ୍ୟାକେଟ,ନାଁ ଭାବା କବଚ

Spread the love

ନୂଆଦିଲ୍ଲୀ, ୩/୧୧ (ସନ୍ଧାନ ନିଉଜ) : ଭାରତ ସରକାରଙ୍କ ପ୍ରମୁଖ ଆଣବିକ ଗବେଷଣା ସଂସ୍ଥା ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର ପକ୍ଷରୁ  ଭାରତୀୟ ସେନା ଓ ଅର୍ଦ୍ଧସାମରିକ ବାହିନୀ ପାଇଁ ଏକ ଅଭେଦ୍ୟ ବୁଲେଟପ୍ରୁଫ ଜ୍ୟାକେଟ ବିକଶିତ କରାଯାଇଛି । ଏହାର ନାଁ ରଖାଯାଇଛି ଭାବା କବଚ । ଏହା ଅତ୍ୟନ୍ତ ହାଲକା ହେବା ସହ ଏକେ-୪୭ର ଗୁଳିକୁ ମଧ୍ୟ ଅଟକେଇଦେବ । ନିକଟରେ ଜାମ୍ମୁ ଓ କାଶ୍ମୀରରେ ସିଆରପିଏଫ ପକ୍ଷରୁ ଏହାର ସଫଳ ପରୀକ୍ଷଣ କରାଯାଇଛି । କାଶ୍ମୀରରେ ଗତ ସପ୍ତାହରେ ହୋଇଥିବା ଆତଙ୍କବାଦୀ ଅପରେସନ ବେଳେ ସିଆରପିଏଫ ପକ୍ଷରୁ ଏହାକୁ ପିନ୍ଧି ପରୀକ୍ଷା କରାଯାଇଥିଲା ।  ଏହି ଜ୍ୟାକେଟର ଓଜନ ମାତ୍ର ୩.୫ କିଲୋଗ୍ରାମ ଓ ଏହା ଏକେ-୪୭ ପରି ଶକ୍ତିଶାଳୀ ରାଇଫଲର ଷ୍ଟିଲ ବୁଲେଟକୁ ମଧ୍ୟ ଅଟକାଇବାର କ୍ଷମତା ରଖୁଛି । ସଫଳ ପରୀକ୍ଷଣ ପରେ ଏହାକୁ ଭାରତୀୟ ସେନାରେ ମଧ୍ୟ ବ୍ୟବହାର କରାଯିବ ।

ଅନ୍ୟପକ୍ଷରେ ଗତ ଏପ୍ରିଲ ମାସରେ ଭାରତ ସରକାର ଏକ ସ୍ୱତନ୍ତ୍ର ପ୍ରକାରର ବୁଲେଟ ପ୍ରୁଫ ଜ୍ୟାକେଟ୍‌ କିଣିବାକୁ ଏସଏମପିପି ନାମକ କମ୍ପାନି ସହ ଏକ ଚୁକ୍ତି କରିଥିଲେ। ଏହି ବୁଲେଟପ୍ରୁଫ ଜ୍ୟାକେଟର ବିଶେଷତ୍ୱ ହେଉଛି ଏହା ପ୍ରାୟ ସବୁ ପ୍ରକାରର ଗୁଳିକୁ ଅଟକେଇ ପାରିବ । ଏପରିକି ଏକେ-୪୭ର ଗୁଳିକୁ ମଧ୍ୟ ଏହା ଅଟକାଇ ଦେବ । ଜଣେ ସୈନିକକୁ ୩୬୦ ଡିଗ୍ରୀ ସୁରକ୍ଷା ଦେଇପାରିବ । ଏହାର ଓଜନ ୧୦ କିଲୋ ଓ ଏଥିରେ ଏକ ବୋରନ କାର୍ବାଇଡ ସେରାମିକ ପ୍ଲେଟ ଲାଗିଛି ଯାହାକୁ ଗୁଳିକୁ ସଫଳତାର ସହ ଅଟକାଇ ପାରିବ । କମ୍ପାନି ମୋଟ ୧ ଲକ୍ଷ ୮୬ ହଜାର ବୁଲେଟ ପ୍ରୁଫ ଜ୍ୟାକେଟ ଭାରତୀୟ ସେନାକୁ ଯୋଗାଇବ । ତେବେ ଭାବା କବଚ ଏହି ବୁଲେଟ ପ୍ରୁଫ ଜ୍ୟାକେଟଠାରୁ ବେଶ ହାଲକା ବୋଲି କୁହାଯାଉଛି ।

Related Posts

About The Author

Add Comment