ଭାରତୀୟ ସୀମାରେ ପଶିଥିବା ପାକିସ୍ତାନୀ ଡ୍ରୋନକୁ ମାରି ଖସାଗଲା ସୁରକ୍ଷା ବଳ

Spread the love

ନୂଆଦିଲ୍ଲୀ ୨୬/୨ (ସନ୍ଧାନ ନିଉଜ) ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ରେ ଭାରତୀୟ ବାୟୁ ସେନା ଦ୍ଵାରା ଆତଙ୍କବାଦୀ ଶିବିର ଗୁଡ଼ିକ ଉପରେ କରାଯାଇଥିବା ଆକ୍ରମଣ ମଧ୍ୟରେ ଗୁଜରାତର କଚ୍ଛରେ ଏକ ପାକିସ୍ଥାନୀ ଡ୍ରୋନ (ମାନବ ରହିତ ବିମାନ) ର ପ୍ରବେଶ ମାମଲା ସାମନାକୁ ଆସିଛି। ଅବଶ୍ୟ ଏହି ଡ୍ରୋନକୁ ସୁରକ୍ଷା ବଳ ତୁରନ୍ତ ମାରି ଖସାଇଦେଇଥିଲେ। ପୁଲିସ ଅଧିକାରୀମାନେ ଏବଂ ସ୍ଥାନୀୟ ଗ୍ରାମବାସୀ ଏହି ବିଷୟରେ ପୁଷ୍ଟି କରିଛନ୍ତି।

ସୂଚନାଯୋଗ୍ୟଯେ, ଭାରତୀୟ ବାୟୁସେନା ଆଜି ସକାଳେ ପ୍ରାୟତଃ ସାଢ଼େ ତିନିଟା ସମୟରେ ସର୍ଜିକାଲ ସ୍ଟ୍ରାଇକ କରିଛି, ଯେଉଁଥିରେ ୧୨ଟି ମିରାଜ ବିମାନରେ ଏଲଓସି ପାର କରି ପ୍ରାୟତଃ ୧୦୦୦ କିଲୋ ବମ ପକାଇ ଅନେକ ଆତଙ୍କବାଦୀ ଶିବିରକୁ ନଷ୍ଟ କରିଦେଇଛି। ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନାର ଆକ୍ରମଣରେ ଭୟଭୀତ ହୋଇଛି ପାକିସ୍ତାନ, ପ୍ରତ୍ୟୁତ୍ତରେ କାର୍ଯ୍ୟାନୁଷ୍ଠାନ କରିବାକୁ ଧମକ ଦେଇଛି।

ପୁଲବାମା ଆକ୍ରମଣର ପ୍ରତିଶୋଧ ନେବାକୁଯାଇ ଭାରତୀୟ ବାୟୁସେନା ମଙ୍ଗଳବାରଦିନ ସକାଳେ ନିୟନ୍ତ୍ରଣ ରେଖା (ଏଲଓସି) କୁ ପାର କରି ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀ ଶିବିରକୁ ଧ୍ଵସ୍ତ ବିଧ୍ୱସ୍ତ କରିପକେଇଛି।

Related Posts

About The Author

Add Comment