ଭାରତୀୟ ସୀମାକୁ ଆସିଥିବା ପାକିସ୍ତାନୀ ଡ୍ରୋନ୍‌କୁ ମାରି ଉଡ଼ାଇଲା ସୁଖୋଇ

Spread the love

ରାଜସ୍ଥାନ,4/3 (ସନ୍ଧାନ ନିୟୁଜ): ସୋମବାର ରାଜସ୍ଥାନର ଭାରତ-ପାକ ସୀମା ନିକଟସ୍ଥ ବିକାନେର୍‌ ନାଲ୍‌ ସେକ୍ଟର ଅଞ୍ଚଳ ଭିତରକୁ ପଶି ଆସିଥିବା ପାକିସ୍ତାନର ଡ୍ରୋନ୍‌କୁ ସୁଖୋଇ ମାରି ଉଡାଇ ଦେଇଛି।  ସକାଳ ୧୧ଟା ବାଜି ୩୦ ମିନିଟ୍‌ରେ ଭାରତୀୟ ସୀମା ଭିତରକୁ ପାଶି ଆସିଥିବା ପାକିସ୍ତାନୀ ଡ୍ରୋନ୍‌ର ଚିହ୍ନଟ ଭାରତୀୟ ବାୟୁସେନାର ରାଡର କରିଥିଲା। ଏହାପରେ ତୁରନ୍ତ ଭାରତୀୟ ସୁଖୋଇ-୩୦ଏମ୍‌କେଆଇ ବିମାନ ପାକିସ୍ତାନର ଏହି ଡ୍ରୋନ୍‌କୁ ଝଟକା ଦେଇ ଖସାଇ ଦେଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ପୁଲଓ୍ଵାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହାର ପାଲଟା ଜବାବ ଦେଇ ଭାରତୀୟ ବାୟୁସେନା ଫେବ୍ରୁଆରି ୨୬ ତାରିଖରେ ଜୈସ୍‌-ଇ-ମହମ୍ମଦର ଆତଙ୍କବାଦୀ ଶିବିର ଉପରେ ବୋମା ମାଡ କରିଥିଲା। ଏଥିରେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଥିଲା। ଏହାପରଠାରୁ  ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବାରେ ଲାଗିଛି।ଗତ ୨୭ ତାରିଖ ପୂର୍ବାହ୍ନ ୧୦ଟାରେ ଜମ୍ମୁକଶ୍ମୀରର ଏଲଓସିରେ ନିକଟରେ ଥିବା ଭାରତୀୟ ଆର୍ମି କ୍ୟାମ୍ପକୁ ଟାର୍ଗେଟ କରି ପାକିସ୍ତାନର ଏଫ-୧୬ ବିମାନ ରକେଟ୍‌ ମାଡ କରିଥିଲା । ଏହାର ଜବାବ ଦେବାକୁ ଯାଇ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ପାକିସ୍ତାନର ଏଫ-୧୬କୁ ଆକ୍ରମଣ କରିଥିଲେ । ଅଭିନନ୍ଦନଙ୍କ ସମେତ ୬ଜଣ ମିଗ୍‌-୨୧ ପାଇଲଟ ପାକିସ୍ତାନୀ ଯୁଦ୍ଧ ବିମାନକୁ ଘଉଡାଇବା ପାଇଁ ପ୍ରତି ଆକ୍ରମଣ କରିଥିଲେ । ଫଳରେ ମିଗ୍‌-୨୧ଟି ପାକିସ୍ତାନରେ ଖସି ପଡ଼ିଥିଲା। ବର୍ତମାନଙ୍କୁ ପାକିସ୍ତାନ ବନ୍ଦୀ କରି ନେଇଥିଲା। ଅଟକର ୫୮ଘଣ୍ଟା ପରେ ଭାରତକୁ ଛାଡ଼ିଥିଲା। ଏହି ଘଟଣା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ବଢ଼ିବାରେ ଲାଗିଛି।

Related Posts

About The Author

Add Comment