ଭାରତୀୟ ଯୁବତୀଙ୍କୁ ବିବାହ କରିବେ ପାକିସ୍ତାନ କ୍ରିକେଟର ହସନ୍‌ ଅଲୀ

Spread the love

ଲାହୋର, ୩୦/୭ (ସନ୍ଧାନ ନିଉଜ) : ଭାରତୀୟ ଯୁବତୀଙ୍କୁ ବିବାହ କରିବା ନେଇ ପାକିସ୍ତାନ କ୍ରିକେଟରଙ୍କ ତାଲିକାରେ ହସନ୍‌ ଅଲୀଙ୍କ ନାମ ଯୋଡି ହୋଇଯାଇଛି। କୁହାଯାଉଛି କି ସୋଏବ ମଲିକଙ୍କ ଭଳି ସେ ବି ଖୁବ୍‌ ଶୀଘ୍ର ଭାରତର ଜ୍ୱାଇଁ ବନିବାକୁ ଯାଉଛନ୍ତି। ପାକିସ୍ତାନର ବୋଲର ହସନ ଅଲୀ ହରିୟାଣାର ନୁହଁ  ଜିଲ୍ଲାରେ ବସବାସ କରୁଥିବା ସାମିୟା ଆରଜୁଙ୍କୁ ବିବାହ କରିବେ।

ପ୍ରକାଶିତ ରିପୋର୍ଟ ମୁତାବକ, ଦୁହିଁଙ୍କ ବିବାହ ପାଇଁ ହାସନ୍‌ ଓ ସାମିୟାଙ୍କ ପରିବାର ପରସ୍ପରର ସହିତ ଆଲୋଚନା କରୁଛନ୍ତି। ଅଗଷ୍ଟର ତୃତୀୟ ସପ୍ତାହରେ ହସନ୍‌ ଏହି ଭାରତୀୟ ଯୁବତୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବ। ଏହି ହାଇପ୍ରୋଫାଇଲ ବିବାହ ଦୁବାଇରେ ଆୟୋଜିତ ହେବ। ସାମିୟା ଫରିଦାବାଦର ମାନବ ରଚନା ୟୁନିଭର୍ସିଟିରୁ ବିଟେକ ଡିଗ୍ରି ହାସଲ କରିଛନ୍ତି। ସେ ଏମିରେଟସ୍ ଏୟାରଲାଇନ୍‌ରେ ବିମାନ ଇଞ୍ଜିନିୟର ଅଛନ୍ତି। ଏହାପୂର୍ବରୁ ସେ ଜେଟ ଏୟାରେଓ୍ଵଜରେ ଚାକିରି କରୁଥିଲେ।

ତେବେ  ଏହି ଖବରକୁ ନେଇ ହସନ୍‌ ଅଲୀ କହନ୍ତି, ଦୁଇ ପରିବାର ମଧ୍ୟରେ କଥାବାର୍ତ୍ତା ତ ଚାଲିଛି। କିନ୍ତୁ ଏଯାବତ୍‌ କିଛି ସ୍ପଷ୍ଟ ହୋଇନାହିଁ।

Related Posts

About The Author

Add Comment