ଯାଜପୁର, ୧୩/୦୧ /୨୦୧୨ (ସନ୍ଧାନ ନିଉଜ): ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ପ୍ରମାଣିକୃତ ହୋଇଥାଏ । ତେବେ କ୍ରୟ ଓ ଉପଯୋଗ ସମୟରେ ଏହାର ମାନକ ଓ ଗୁଣବତ୍ତାକୁ ଅନୁଧ୍ୟାନ କରିବାକୁ ଭାରତୀୟ ମାନକ ବ୍ୟୁରୋ ବା ବି.ଆଇ.ଏସ୍. ର ବୈଜ୍ଞାନିକ ଅବିନାଶ ବର୍ଦୋଲିନା ଅନୁରୋଧ କରିଚ୍ଥନ୍ତି । ବୁଧବାର ଅପରାହ୍ନରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବ୍ୟୁରୋ ଅପଂ୍ ଇଣ୍ଡିଆ ଷ୍ଟାଣ୍ଡାର୍ଡ ବା ଭାରତୀୟ ମାନଙ୍କ ବ୍ୟୁରୋ ତରପଂରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଅଧ୍ୟକ୍ଷତା କରିବା ସହ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ସ୍ତରରେ ଆମେ ବିବିଧ ଜିନିଷ କିଣୁଥିବା ବେଳେ ତାହାର ଗୁଣବତ୍ତା ଓ ମାନକକୁ ଅନୁଧ୍ୟାନ କରିବାକୁ ଅଣଦେଖା କରୁଥାନ୍ତି । ତେବେ ଏହା ଜରୁରୀ ଓ ହିତକର । ତେଣୁ ଏହି କର୍ମଶାଳା ସମସ୍ତଙ୍କ ପାଇଁ ଏକ ନୂଆ ମାର୍ଗ ଦର୍ଶନ କରାଇ ପାରିବ ବୋଲି ସେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳ୍ାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଊପଜିଲ୍ଳ୍ାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ପ୍ରମୁଖ ଏହି ମାନକ ର ନିୟିମିତ ଉପଯୋଗ ଓ ଅନୁଧ୍ୟାନ ସଂପର୍କରେ ଗୁୁରୁତ୍ୱ ଦେଇଥିଲେ । ବୈଜ୍ଞାନିକ ଶ୍ରୀ ବର୍ଦୋଲିନା ଆମ ଦେଶରେ ଦୀର୍ଘ ୭୫ ବର୍ଷ ହେଲାଣି ଏହି ମାନକ ବ୍ୟବହୃତ ହୋଇ ଆସିଚ୍ଥି ଓ ଦେଶର ପ୍ରଥମ ଭାରତୀୟ ମାନକ ହେଲା ଜାତୀୟ ପତାକା ବୋଲି ସେ କହିଥିଲେ । ଦୁଇ ପ୍ରକାର ସାର୍ଟିପିଂକେସନ ମଧ୍ୟରୁ ପ୍ରଥମଟି ସ୍ୱେଚ୍ଚ୍ଥାକୃତ ବା ଭଲ୍ୟୁଣ୍ଟାରୀ ଓ ଦ୍ୱିତୀୟଟି ବାଧ୍ୟତା ମୂଳକ ବା ମାଣ୍ଡାଟୋରୀ ଅଟେ । ବାଧ୍ୟତା ମୂଳକ ବା ମାଣ୍ଡାଟୋରୀ ସାର୍ଟିପେିଂକେସନରେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ , ମିନେରାଲ ପାଣି ବୋତଲ, ଶିଶୁ ଖାଦ୍ୟ, ମାସ୍କ , ପି.ପି.ଇ. ଘରୋଇ ଏଲ୍.ପି.ଜି. ଗ୍ୟାସ ସିଲିଣ୍ଡର, ସିମେଣ୍ଟ, ପି.ଭି.ସି. ଇନସୁଲେଟର କେବୁଲ, ହେଲମେଟ୍, ଖେଳଣା ରହିଚ୍ଥି । ମୋଟ ୨୧ ହଜାର ପ୍ରଡକ୍ଟ ମାନଙ୍କ ସାର୍ଟିପିଂକେଟ ପ୍ରକାଶିତ ହୋଇଥିବା ବେଳେ ୩୯ ହଜାରକୁ ଲାଇସେନ୍ସ ପ୍ରଦାନ କରାଯାଇଚ୍ଥି । ୧୪ ଟି ବୈଶୟିକ ଡିଭିଜନ ଯଥା- କେମିକାଲ୍ସ, ସିଭିଲ ଇଂଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍ପଂରମେସନ ଟେକ୍ନୋଲୋଜି, ଇଲେକ୍ଟ୍ରୋ ଟେକ୍ନିକାଲ ଇତ୍ୟାଦି ଏଥିରେ ସାମିଲ । ରାଜ୍ୟରେ ଭୁବନେଶ୍ୱର ଠାରୁ ୧୯୭୬ ରେ ଏହି ବ୍ୟୁରୋ ସ୍ଥାପିତ ହୋଇଅଚ୍ଥି । ଏଥିରେ ୭୯୪ ପ୍ରଡକ୍ଟ ପାଇଁ ଲାଇସେନ୍ସ ପ୍ରଦାନ ହୋଇଥିବା ବେଳେ ୨୮୧୮ କୁ ହଲ୍ ମାର୍କ ପ୍ରଦାନ କରାଯାଇଚ୍ଥି ବୋଲି ଶ୍ରୀ ବର୍ଦୋଲିନା ସୂଚନା ଦେଇଥିଲେ । ବର୍ତ୍ତମାନ ଦୁଗ୍ଧ ଜାତୀୟ ପ୍ରଡକ୍ଟ ଗୁଡିକୁ ମଧ୍ୟ ମାନକରେ ସାମିଲ କରାଯିବ । ମାନକରେ ଅସଙ୍ଗତି ବା ମାନ ହ୍ରାସ ସଂପର୍କରେ ଅଭିଯୋଗ କରିବାର ବ୍ୟବସ୍ଥା ରହିଚ୍ଥି ବୋଲି ସେ କହିଥିଲେ । ପ୍ରାରମ୍ଭରେ ସହକାରୀ ଜିଲ୍ଳ୍ାପାଳ ତିଳୋତ୍ତମା ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ କରିବା ସହ କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଏଥିରେ ଜିଲ୍ଳ୍ା ସ୍ତରୀୟ ସମସ୍ତ ଅଧିକାରୀ ଯୋଗଦେଇ ବିବିଧ ଜିଜ୍ଞାସାର ସମାଧାନ କରିଥିଲେ ।
ଭାରତୀୟ ମାନକ ବ୍ୟୁରୋ ସଂପର୍କିତ କର୍ମଶାଳା ଅନୁଷ୍ଠିତ
|
January 13, 2022 |
![](https://sandhannews.com/wp-content/uploads/2020/11/sandhann-news11-1-730x430.jpg)