ହିଂଜିଳି, ୧୭/୦୯ (ସନ୍ଧାନ ନିଉଜ ଅଫିସ): ହିଂଜିଳି ଥାନା ଅନ୍ତର୍ଗତ ଶେରଗଡ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର କିଛି ଚାଷୀ ସ୍ଥାନୀୟ ପ୍ରଶାସନକଂ ନିକଟରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତ ଭାରତୀୟ ତୈଳନିଗମ ର କର୍ମଚାରୀ ପରିଚୟ ଦେଇ ହଡପ କରିବା ନେଇ ସନ୍ଦେହ ଘେରର ରହିଛନ୍ତୀ ନରେନ୍ଦ୍ରପୁର ପଚାଂୟତ ବାସୀ ,ଅଭିଯୋଗ ପତ୍ର ଗ୍ରହଣ କରିଲେ ପ୍ରଶାସନ । ଚାଷୀ ଉପଯୋଗୀ ଜମି ଦେଇ ଭାରତୀୟ ତୈଳ ନିଗମ ପାଇପ ବିଛାଇଛି ଯାହା ଫଳରେ କିଛି କ୍ଷତି ଚାଷୀର ହେଉଛି। ଏହାର ଭରଣା ପାଇଁ ତୈଳ ନିଗମ ଚାଷୀର ବ୍ଯାଙ୍କ ଖାତାକୁ ଅର୍ଥ ଚେକ୍ ମାଧ୍ୟମରେ ତୈଳ ନିଗମ କର୍ମଚାରୀଙ୍କ ଦ୍ଵାରା ଦିଆଯାଇଅଛି ।ଯାହାକୁ ଚାଷୀମାନେ ତୈଳ ନିଗମ ତରଫରୁ ଚେକ ଆକାରରେ ନିଜ ନିଜର ଟଂକା ପାଇ ସ୍ଥାନୀୟ ବ୍ଯାକଂ ରେ ଡିପୋଜିଟ କରିଛନ୍ତି ଏବଂ କିଛି ଚାଷୀମଧ୍ଯ୍ଯ ଟଂକା ଉଠାଇ ନିଜନିଜର ଘରକରଣ ଜିନିଷ ସହ ଆବଶ୍ଯକନୁଯାୟୀ ବଳକା ଟଂକା ନିଜନିଜର ବ୍ଯାକଂ ଆକାଉଣ୍ଟରେ ବଳକାଜମାରାଶି ବର୍ତମାନ ସୁଦ୍ଧା ଗଚ୍ଚିତ ରଖିଛନ୍ତୀ ।ସୁଚନାପ୍ରକାରେ ନରେନ୍ଦ୍ରପୁର ଗ୍ରାମର କିଛି ଚାଷୀ ଭାରତୀୟ ତୈଳନିିଗମ କର୍ମଚାରୀ ଫୋନ ମାଧ୍ଯ୍ଯମରେ ଟଂକା ଫେରାଇବା ପାଇଁ ଜୋରଜବରଦସ୍ତ କରିବା କଥା କହିଛନ୍ତି ।ବାରମ୍ବାର ଟକାଂମାଗିବା ମଧ୍ଯ କହିଛନ୍ତୀ । କାରଣ ନ ଥାଇ ଅଧିକା ଯାଇଛି ବି କହିଛନ୍ତି । ଯଦିଓ ତୈଳ ନିଗମର ର ଅଧିକା ଅର୍ଥ ଚାଷୀକଂ ଖାତାକୁ ଆସିଲା ସରକାରୀ ସ୍ତରରେ ଟ୍ରଜେରୀ ଚାଳଣ ମାଧ୍ଯମରେ ନହୋଇ ଟକାଂ ଉଠାଣ କରି ହାତରେ ବିନା ପ୍ରମାଣ ଥାଇ ଚାଷୀମାନକଂମନରେ ସନ୍ଦେହ ସୃଷ୍ଟି କରି ସନ୍ଦେହ ଘେରରେ ରହିଯାଇଛି ।ଅପରପଖେ ତୈଳନିଗମ ନିୟମନୁଯାୟୀ କିଛି ନିୟମକୁ ଚାଷୀମାନେ ପାଳନ କରିଥିବା ଗାଁ ରେ ଶୁଣିବାକୁ ମିଳୁଛି ଯାହା କିଛି ହେଉଛି ନିୟମ ପ୍ରକାରେ ହେଉଛି ଅଭିଯୋଗକାରୀ କହିଛନ୍ତୀ ତୈଳ ନିଗମ ପକ୍ଷରୁ କୁହାଯାଇଛି ସେଠାରେ କୌଣସି ଗୃହ, ବୋରୱାଲ,ଓ କୂପ ଖନନ କାର୍ଯ୍ୟ କରିବା ପାଇଁ ପତ୍ର ମାଧ୍ୟମରେ ମନାକରିଛ। କିଛିଦିନ ପରେ ତୈଳ ନିଗମର କିଛି ଅସାଧୁ କର୍ମଚାରୀ ଅର୍ଥ ଲୋଭ ଓ ଅସାଧୁ ଉପାୟ ମନୋବୃତ୍ତି ରଖି ଉପକୃତ ହୋଇଥିବା ଚାଷୀଙ୍କୁ ସେମାନଙ୍କ ମୋବାଇଲ ନମ୍ବର ୯୩୪୮୮୬୫୭୭୨,ଓ ୭୯୭୮୬୬୭୮୨୪ ଜରିଆରେ ଫୋନ କରି ସେମାନଙ୍କୁ ଅର୍ଥ ରାଶି ଭୁଲରେ ଅଧିକ ଯାଇଛି ବୋଲି କହି ଆମକୁ ନଗଦ ଅର୍ଥ ପ୍ରଦାନ କରିବା ପାଇଁ କହୁଛନ୍ତି। ଯାହା ସମ୍ପୂର୍ଣ୍ଣ ଭାବେ ବେନିୟମ ଯେହେତୁ ସେମାନଙ୍କୁ ତୈଳ ନିଗମ ପକ୍ଷରୁ କୌଣସି ପ୍ରକାର ପତ୍ର ପ୍ରଦାନ କରାଯାଇନାହିଁ। ସେମାନେ ଅର୍ଥ ଦେବାକୁ ମନା କରିଦେବା ଯୋଗୁଁ ଅସାଧୁ କର୍ମଚାରୀମାନେ ଚାଷୀମାନଙ୍କୁ ଜୈଲପଠାଇବା ,ବିଭିନ୍ନ ଧମକ ଓ ଗାଳିଗୁଲଜ କରି ନଗଦ ଅର୍ଥ ଦେବାକୁ ଦାବି କରି ଥିଲେ। ଚାଷୀମାନେ ଏକତ୍ରିତ ହୋଇ ଅଭିଯୋଗ ପତ୍ର ଶେରଗଡ଼ ତହସିଲ କାର୍ଯ୍ୟାଳୟରେ ତହସିଲଦାରଙ୍କୁ ଦେବା ପାଇଁ ଯାଇଥିଲେ। ତହସିଲଦାର ଅନ୍ୟ କୌଣସି କାର୍ଯ୍ୟରେ ବାହାରକୁ ଯାଇ ଥିଲେ। ତେଣୁ ତାଙ୍କର ଅନୁପସ୍ଥିତିରେ ବଡ ବାବୁଙ୍କୁ ତହସିଲଦାରଙ୍କ ଉଦ୍ଦେଶ୍ୟରେ ଦେଇ ଥିଲେ। ଏହାର ଏକ ଏକ ପତ୍ର ହିଞିଳିକାଟୁ ଥାନା ଅଧିକାରୀ, ଗଞ୍ଜାମ ଜିଲ୍ଲା ପାଳ ଓ ଉପ ଜିଲ୍ଲାପାଳଙ୍କ ଗୋଚର୍ଥେ ଦେଇ ଉପ ଯୁକ୍ତ ନ୍ୟାୟ ପ୍ରଦାନ କରିବା ସହ ଦୋଷୀକୁ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ଦଣ୍ଡ ବିଧାନ କରିବା ପାଇଁ ଅନୁରୋଧ କରିଛନ୍ତି। ରିପୋର୍ଟର ଲିଙ୍ଗରାଜ ପଣ୍ଡା
ଭାରତୀୟ ତୈଳନିଗମ ର କର୍ମଚାରୀ ପରିଚୟ ଦେଇ ହଡପ
|
September 17, 2020 |



