ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଟଳ ସଂକଳ୍ପ ସମାବେଶର ଜବାବ ମାଗୁଛି କୋଟପାଡ କାର୍ଯ୍ୟକ୍ରମ

Spread the love

କୋରାପୁଟ/କୁନ୍ଦୁରା, ୨୪/୨(ସନ୍ଧାନ ନିଉଜ) – ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଟଳ ସଂକଳ୍ପ ସମାବେଶର ଜବାବ ମାଗୁଛି କୋଟପାଡ କାର୍ଯ୍ୟକ୍ରମ କୁନ୍ଦୁରା ସ୍ଥିତ କୁନ୍ଦୁରା ଶାସ୍ତ୍ରୀ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସମାବେଶରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ,ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ର,ବିଜେପି ର ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟା ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରଥମେ ହେଲିକପ୍ଟର ଯୋଗେ ଅବତରଣ କରିବା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଉକ୍ତ ସମାବେଶରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ପିଙ୍କି ପ୍ରଧାନ “ତମ ସିଂହାସନ ଟଳମଳ ରେ ବିଜେଡି ନିଜକୁ ଏବେ ସମ୍ଭାଳ” ଗୀତରେ ସମସ୍ତ କର୍ମୀଙ୍କୁ ଗୀତ ସାଙ୍ଗକୁ ନାଚେଇ ଥିଲେ ।ଏହି ଗୀତରେ ସମସ୍ତ କର୍ମୀମାନେ ମନମୁଘ୍ଧ ହୋଇ ନାଚିଥିଲେ ।ଏହା ପରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କୁ ସମାଲୋଚନା କରିବା ସହିତ ରାଜ୍ୟରେ ବିଜେପି ସରକାର ଆସିଲେ ଦୁରୁଆ ସମାଜ କୁ ଯଥା ଶୀଘ୍ର ଆଦିବାସୀ ମାନ୍ୟତା ଦିଆଯିବ ବୋଲି ପ୍ରକାଶ କରିଥିଲେ ।ଏହି ସମାବେଶରେ ଉପସ୍ଥିତ ଥିବା ସମସ୍ତ କର୍ମୀ ମାନଙ୍କୁ ବିଜେପି କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଜୁଏଲ ଓରାମ ଆହ୍ୱାନ ଦେଇଥିଲେ ।ଉକ୍ତ ସମାବେଶରେ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟରାମ ଗରଡ଼ା, ଦେବେନ୍ଦ୍ର ବାହିନୀପତି, ଏ. ତ୍ରିନାଥ ରାଓ,ବରିଷ୍ଠ କର୍ମୀ ଜୟରାମ ପାଙ୍ଗି, ଲଳିତ ଅଗ୍ରୱାଲ, ଅକ୍ଷୟ ସାହୁ, ଅନୁପ ପାତ୍ର, ନରେନ୍ଦ୍ର କାନ୍ଦୁଲିଆ, ମନୋଜ କୁମାର ନାୟକ,ଖଗେଶ୍ବର ପୂଜାରୀ ଙ୍କ ସମେତ ୩ହଜାର ରୁ ଉର୍ଦ୍ଧ୍ବ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ ।

 

ରିପୋର୍ଟ – ସରୋଜ କୁମାର ଲେଙ୍କା । କୋରାପୁଟ

Related Posts

About The Author

Add Comment