ଭାରତୀୟ କୋଷ୍ଟ ଗାର୍ଡ ପାକିସ୍ତାନୀ ‘ଅଲ୍‌ ମଦିନା’ ବୋଟ ମଧ୍ୟରେ ଚୋରା ଚାଲାଣ ହେଉଥିବା ହେରୋଇନ୍‌କୁ ଜବତ କଲା

Spread the love

ମୁମ୍ବାଇ/ ନୂଆଦିଲ୍ଲୀ,୨୧/୫ (ସନ୍ଧାନ ନିୟୁଜ) : ଭାରତୀୟ କୋଷ୍ଟ ଗାର୍ଡ (ତଟରକ୍ଷୀ ବାହିନୀ) ଆଜି ଅପରାହ୍ଣରେ ଗୁଜୁରାଟ ଉପକୂଳରୁ ‘ଅଲ୍‌ ମଦିନା’ ନାମକ ଏକ ପାକିସ୍ତାନୀ ମାଛଧରା ବୋଟକୁ ଜବତ କରିବା ସହ ତା’ ମଧ୍ୟରୁ ୬୦୦ କୋଟି ଟଙ୍କା ମୂଲ୍ୟର ନିଷିଦ୍ଧ ମାଦକ ଦ୍ରବ୍ୟକୁ ଜବତ କରିଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ ପାକିସ୍ତାନରୁ ୧୦୦ କିଲୋ ହେରୋଇନ୍‌ ‘ଅଲ୍‌ ମଦିନା’ ଏକ ମାଛଧରା ବୋଟରେ ବୋଝେଇ ହୋଇ ଭାରତକୁ ଚୋରା ଚାଲାଣ ହେଉଥିବା ନେଇ ସୋମବାର ସନ୍ଧ୍ୟାରେ ଏକ ବିଶ୍ୱସ୍ତ ସୂତ୍ରରୁ ନିର୍ଦ୍ଧିଷ୍ଟ ଖବର ପାଇବା ପରେ ଭାରତୀୟ କୋଷ୍ଟ ଗାର୍ଡ ଓ ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ ପକ୍ଷରୁ ମିଳିତ ଭାବରେ ଚଢ଼ାଉ କରାଯାଇ ଗୁଜୁରାଟର ପୋର ବନ୍ଦର ଉପକୂଳରୁ ଏହି ପାକିସ୍ତାନୀ ମାଛଧରା ବୋଟକୁ ଜବତ କରିଥିଲେ।

ଅନ୍ତର୍ଜାତୀୟ ଜଳସୀମାକୁ ଉଲ୍ଲଂଘନ କରି ଭାରତୀୟ ଜଳସୀମା ମଧ୍ୟକୁ ପଶି ଆସିଥିବା ଏହି ମାଛଧରା ବୋଟ ‘ଅଲ୍‌ ମଦିନା’କୁ ଜବତ କରାଯିବା ପରେ ତା’ ମଧ୍ୟରେ ୧୯୪ଟି ପ୍ୟାକେଟ ମଧ୍ୟରେ ରଖା ଯାଇଥିବା ୧୦୦ କିଲୋ ଓଜନ ହେରୋଇନ୍‌କୁ ମଧ୍ୟ ଜବତ କରିଥିଲା ଭାରତୀୟ କୋଷ୍ଟ ଗାର୍ଡ। ଜବତ ହୋଇଥିବା ଏହି ୧୦୦ କିଲୋ ହେରୋଇନ୍‌ର ମୂଲ୍ୟ ଭାରତୀୟ ମୁଦ୍ରାରେ ୬୦୦ କୋଟି ଟଙ୍କା ହେବ। ଏ ଘଟଣା ସଂପର୍କରେ ଏବେ ମାଛଧରା ବୋଟର ଚାଳକକୁ ଅଟକ ରଖାଯାଇ ଅଧିକ ତଦନ୍ତ ଜାରି ରହିଥିବା ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ହେରୋଇନ୍‌ ବୋଝେଇ ଏହି ପାକିସ୍ତାନୀ ମାଛଧରା ବୋଟକୁ କାବୁ କରିବା ପାଇଁ ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ସି- ୪୩୭ ଓ ସି- ୪୦୮ ନାମକ ଦୁଇଟି ଇଣ୍ଟରସେପ୍ଟର ବୋଟ୍‌କୁ ବ୍ୟବହାର କରା ଯାଇଥିଲା।

Related Posts

About The Author

Add Comment