କଟକ,୨୨/୧୦/୨୦୨୨ (ସନ୍ଧାନ ନିଉଜ) : କଟକ ସଦର ଅନ୍ତର୍ଗତ ୪୨ ମୌଜା ଶ୍ରୀରାମ ସ୍ଥିତ ବଟରଫ୍ଲାଏ ମଣ୍ଡପରେ ଭାରତୀୟ କିଷନ ସଂଘ ଓଡ଼ିଶା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ କିଷନ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକରଣୀ ଅଧ୍ୟକ୍ଷ ବଦ୍ରିନାରାୟଣ ଚୌଧୁରୀ,ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀନିବାସ ଜୀ,ଉପାଧ୍ୟକ୍ଷ ଜ୍ଞାନେନ୍ଦ୍ରିୟ ନାୟକ ଓ ଉତ୍ତର ପୂର୍ବକ୍ଷେତ୍ର ସଂଗଠକ କିସନ୍ ଲାଲ,କୋଷାଧ୍ୟକ୍ଷ ରଞ୍ଜନ ସେନାପତି ଉପସ୍ଥିତ ଥିଲେ । ସମସ୍ତ ଜିଲ୍ଲାରୁ ଆସିଥିବା କାର୍ଯ୍ୟକାରିଣୀ ସଦସ୍ୟ ମାନକୁ ସରକାର ଆଭିମୁଖ୍ୟ ଯୋଜନା ଗୁଡିକ ବିଷୟରେ ଶିକ୍ଷା ଦିଆ ପ୍ରଦାନ ଏବଂ ଗ୍ରାମାଞ୍ଚଳରେ ଥିବା ଚାଷୀ ମାନଙ୍କୁ ଏ ସବୁ ବିଷୟରେ ବୁଝାଇ କିଭଳି ଚାଷୀମାନେ ଯୋଜନା ବିଷୟରେ ବୁଝି ସମସ୍ତ ଯୋଜନାରୁ ଲାଭବାନ ହୋଇ ପାରିବେ ଏବଂ ସବୁପ୍ରକାର ସୁବିଧା ପାଇପାରିବେ ଚାଷୀ ମାରଣ ନିତିରୁ ବଞ୍ଚିତ ହୋଇପାରିବେ ସେ ବିଷୟରେ କହିଥିଲେ। ଆସନ୍ତା ନଭେମ୍ବରରୁ ୬ ମାସ ପର୍ଯ୍ୟନ୍ତ ସବୁ ଗାଁ ସହର ଓ ଗଳିକନ୍ଦିରେ ତିନୋଟି ରଥ ବଳରାମ ରଥ ପରିକ୍ରମା କରିବା କଥା କୁହାଯାଇଥିଲା । କୃଷି ଯନ୍ତ୍ରପତି ଉପରୁ ଜିଏଷ୍ଟି ଓ କୃଷିରେ ବ୍ୟବହାର ହେଉଥିବା ଯନ୍ତ୍ରପତିକୁ ୧୫ ବର୍ଷ ପରେ ତକୁ ଅକାମୀ କରିବା ପାଇଁ ନିୟମ ପରିହାର,ଛୋଟ ବଡ଼ ଚାଷୀଙ୍କୁ ସମ୍ମାନ ଦେବା,ଦ୍ରବ୍ୟର ଉଚିତି ମୂଲ୍ୟ ଦ୍ରବ୍ୟ କରିବା,ସମସ୍ତ ଦ୍ରବ୍ୟର ସୁବିଧା କରିବା ଉପରେ ଆଲୋଚନା କରାଯାଉଥିଲା । ଏହି ସଭାରେ ଭାରତୀୟ କିଶନ ସଂଘର ସଭାପତି ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ସ୍ୱାଇଁ, କେନ୍ଦ୍ରୀୟ କର୍ଯ୍ୟକରଣୀ ସଦସ୍ୟ କେଦାର ମିଶ୍ର,କଟକ ଜିଲ୍ଲା ସଭାପତି ରବୀନ୍ଦ୍ର ସାହୁ,ସାଧାରଣ ସମ୍ପାଦକ କୃଷକ ନେତା ଦେବୀପ୍ରସାଦ ପତି,ନିରଞ୍ଜନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।
ଭାରତୀୟ କିଷନ ସଂଘ ଓଡ଼ିଶା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
|
October 22, 2022 |