ନୂଆଦିଲ୍ଲୀ , ୧୧/୦୩ (ସନ୍ଧାନ ନିୟୁଜ): ଭାରତୀୟ କର୍ମଜୀବୀ ମହିଳାଙ୍କ ମଧ୍ୟରୁ ପ୍ରାୟ ୨୩ ପ୍ରତିଶତ କାର୍ଯ୍ୟାଳୟରେ ସେକ୍ସ ସଂପର୍କିତ ଆଲୋଚନା କିମ୍ୱା ଡକୁମେଣ୍ଟ ପ୍ରଦର୍ଶନକୁ ଗ୍ରହଣ କରିନେଲେଣି। ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି।
ସାଧାରଣତଃ କର୍ମକ୍ଷେତ୍ରରେ ସହଯୋଗୀ ଡେଟ୍ରେ ଯିବା ପାଇଁ କହିଲେ ଅନେକ ନାଁ କହିଥାନ୍ତି। ତେବେ ଏଥିରେ କେତେ ପ୍ରତିଶତଙ୍କର ସହମତି ରହିଛି କି ନାହିଁ ତାହାର ଏକ ସର୍ଭେ କରଯାଇଥିଲା। ଲଣ୍ଡନସ୍ଥିତ ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଲିଡରସିପ ଓ ମାର୍କେଟ ରିସର୍ଚ୍ଚ ଫାର୍ମ ଆଇପିଏସଓଏସ ମୋରି ଏନେଇ ସର୍ଭେ କରିଛି। ଏଥିରେ ବିଶ୍ୱର ୨୭ଟି ଦେଶର ଲୋକଙ୍କ ମତାମତ ସଂଗ୍ରହ କରାଯାଇଛି। ସର୍ଭେରେ ସାମିଲ କରାଯାଇଥିବା ୨୦,୦୦୦ ନାଗରିକ ସେମାନଙ୍କ ମତାମତ ଦେଇଛନ୍ତି। ସେଥିରୁ ପ୍ରାୟ ୨୬ ପ୍ରତିଶତ କହିଛନ୍ତି ଜଣେ ସହକର୍ମୀ ଡେଟରେ ଯିବାକୁ ଚାହୁଁଥିଲେ ତାଙ୍କୁ ପ୍ରତ୍ୟାଖ୍ୟାନ କରୁଥିବା ମହିଳାଙ୍କ କ୍ୟାରିୟର ଅଧିକ କ୍ଷତି ହୋଇପାରେ।
ସେହିପରି ମାଲେସିଆର ୨୯ ପ୍ରତିଶତ ଓ ଭାରତର ୨୬ ପ୍ରତିଶତ ମହିଳା ଏହି ପ୍ରସ୍ତାବକୁ ଠିକ୍ ବୋଲି ବିବେଚନା କରନ୍ତି। ଚୀନର ୩୦ ପ୍ରତିଶତ ପୁରୁଷ ଓ ୧୫ ପ୍ରତିଶତ ମହିଳାଙ୍କ ମତ ହେଲା ସହକର୍ମୀଙ୍କ ସହ ଡେଟରେ ଯିବା କୌଣସି ଅସୁବିଧା ନୁହେଁ। ବ୍ରିଟେନର ୭୮ ପ୍ରତିଶତ ଡେଟ୍ ବାବଦରେ ପରିବାର ସଦସ୍ୟ କିମ୍ବା ବନ୍ଧୁଙ୍କୁ ଜଣାଇଥାନ୍ତି। ଏହିପରି ପସନ୍ଦ ମହିଳା ଓ ପୁରୁଷଙ୍କ କ୍ୟାରିୟରକୁ କ୍ଷତି ପହଞ୍ଚାଇପାରେ ବୋଲି ଅଧିକାଂଶ ଆକଳନ କରିଛନ୍ତି।