ଭାରତର ଅସ୍ଥାୟୀ ସଦସ୍ୟତାକୁ ଜାତିସଂଘ ସୁରକ୍ଷା ପରିଷଦରେ ସମର୍ଥନ କଲେ ଚୀନ୍‌ ଓ ପାକିସ୍ତାନ୍‌

Spread the love

ବେଜିଂ, ୨୮/୬ (ସନ୍ଧାନ ନିଉଜ) : ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା କ୍ଷେତ୍ରରେ ଭାରତର ଭୂମିକାକୁ ସ୍ୱୀକୃତି ଦେଇଛି ଚୀନ୍‌। ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ଅସ୍ଥାୟୀ ସଦସ୍ୟତାକୁ ଚୀନ୍‌ ସମର୍ଥନ କରିଛି। କେବଳ ଚୀନ ନୁହେଁ, ପାକିସ୍ତାନ ମଧ୍ୟ ଭାରତକୁ ସମର୍ଥନ ଦେଇଛି।

୨୦୨୧-୨୨ ମସିହା ଲାଗି ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟତା ନେଇ ଭାରତକୁ ଚୀନ୍‌ ଓ ପାକିସ୍ତାନ ସମତେ ୫୫ଟି ଏସୀୟ ରାଷ୍ଟ୍ର ସମର୍ଥନ କରିଛନ୍ତି। ଜାତିସଂଘରେ ଭାରତର ସ୍ଥାୟୀ ରାଜଦୂତ ଥିବା ସୟଦ ଅକବୁଦ୍ଦିନ୍‌ ଟ୍ଵିଟ କରି ଆଜି ଏହି ବିଷୟ ପ୍ରକାଶ କରିଛନ୍ତି। ସେ ଟ୍ଵିଟ୍‌ କରି କହିଛନ୍ତି, ସୁରକ୍ଷା ପରିଷଦରେ ଦୁଇ ବର୍ଷିଆ ସଦସ୍ୟତା ଲାଗି ସର୍ବସମ୍ମତ ହୋଇ ୫୫ ରାଷ୍ଟ୍ର ଭାରତକୁ ସମର୍ଥନ କରିଛନ୍ତି। ଏଥିଲାଗି ସମସ୍ତଙ୍କୁ ଧନ୍ୟବାଦ।

ଏ ପ୍ରସଙ୍ଗରେ ନିଜର ମତ ରଖି ଚୀନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ସୁରକ୍ଷା ପରିଷଦର ସଦସ୍ୟତା ଦୌଡରେ ଏକମାତ୍ର ଏସୀୟ ଦେଶ ଭାବେ ଭାରତ ଥିଲା। ତେଣୁ ଆମେ ଭାରତକୁ ସମର୍ଥନ ଜଣାଇଲୁ। ଆମେ ଆନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାରେ ଭାରତର ଭୂମିକାକୁ ପ୍ରଶଂସା କରୁଛୁ। ଏଥିସହ ଆଞ୍ଚଳିକ ଶାନ୍ତି ସୌହାଦ୍ଦ୍ୟ ବଜାୟ ରଖିବା କ୍ଷେତ୍ରରେ ମଧ୍ୟ ଭାରତ ସକାରାତ୍ମକ ଭୂମିକା ଗ୍ରହଣ କରିବ ବୋଲି ଆମେ ଆଶାବାଦୀ।

Related Posts

About The Author

Add Comment