ଭୁବନେଶ୍ୱର ୨୩/୦୪ (ସନ୍ଧାନ ନିଉଜ) : ଓଡ଼ିଶାରେ ବୁଧବାର ମଧ୍ୟରାତ୍ର ସୁଦ୍ଧା ୧୫ ହଜାର ୯୮୪ଟି ନମୂନା ପରୀକ୍ଷାର ରିପୋର୍ଟ ମିଳିଛି। ସେଥିରୁ ୮୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୩ ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ସଂକ୍ରମିତ ଜିଲା ତାଲିକାରେ ଖୋର୍ଦ୍ଧା ରହିଛି ବୋଲି କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍ଚୀ।ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍ଚୀ କହିଛନ୍ତି ଆଜି ସୁଦ୍ଧା ବିଶ୍ୱରେ ୨୧୦ ଦେଶ ଓ ୨ଟି ଜାହାଜ କରୋନା କବଳିତ ହୋଇଛି। ବୁଧବାର ସମଗ୍ର ବିଶ୍ୱରେ ୨୫ ଲକ୍ଷ ୭୨ହଜାର ୬୦୩ ଜଣ ବ୍ୟକ୍ତି ସଂକ୍ରମିତ ଥିବା ବେଳେ ଗୁରୁବାର ଏହା ୨୬ ଲକ୍ଷ ୪୮ହଜାର ୩୬୦ରେ ପହଞ୍ଚିଛି। ୧ ଲକ୍ଷ ୭୮ହଜାର ୫୪୮ କାରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ଅଧିକ ୬ହଜାର ଲୋକଙ୍କ ମୃତ୍ୟୁ ବରଣ କରିଛନ୍ତି। ଭାରତରେ ବୁଧବାର ମଧ୍ୟରାତ୍ର ସୁଦ୍ଧା ୫ଲକ୍ଷ ୫୪୨ଟି ନମୂନା ପରୀକ୍ଷଣ ହୋଇଥିଲା। ସେଥିରୁ ୨୧ହଜାର ୩୯୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଭାରତରେ ୨୧,୩୯୩ ପଜିଟିଭ୍, ଓଡ଼ିଶାରେ ୮୭
|
April 23, 2020 |
