ନୂଆଦିଲ୍ଲୀ, ୧୭/୪ (ସନ୍ଧାନ ନିୟୁଜ) : ଟିକ୍-ଟକ୍ ଆପ୍ ଦ୍ୱାରା ଘଟୁଥିବା ଅଘଟଣକୁ ରୋକିବା ପାଇଁ ବାରମ୍ବାର ଅଭିଯୋଗ ହେବା ପରେ ମଙ୍ଗଳବାର ଟିକ୍-ଟକ୍ ଆପ୍କୁ ଭାରତରେ ବ୍ଲକ୍ କରି ଦିଆ ଯାଇଥିଲା । ଭାରତ ସରକାର ପରିସ୍ଥିତିକୁ ଆଖି ଆଗରେ ରଖି ଗୁଗଲ ଏବଂ ଆପଲକୁ ନିଜ ନିଜ ଆପ୍ ଷ୍ଟୋରରୁ ଟିକ୍-ଟକ୍କୁ ହଟାଇବା ପାଇଁ ଆଦେଶ ଦେଇଥିଲେ । ଯାହା ପରେ ଏହି ଦୁଇ କମ୍ପାନି ଭାରତରେ ଏହି ଚୀନା ଆପ୍କୁ ବ୍ଲକ୍ କରି ଦେଇଥିଲା । ଯେଉଁମାନେ ପୂର୍ବରୁ ଏହାକୁ ଡାଇନ୍ଲୋଡ୍ କରି ସାରିଛନ୍ତି, ସେମାନେ ଏହାକୁ ବ୍ୟବହାର କରି ପାରିବେ । ଭାରତରେ ଗୁଗଲ ବା ଆପଲ ପ୍ଲେ ଷ୍ଟୋରରୁ ଏହି ଆପ୍କୁ ଏବେ ଲୋକମାନେ ଡାଉନ୍ଲୋଡ୍ କରି ପାରୁ ନଥିବା ବେଳେ ଥାର୍ଡ ପାର୍ଟି ଆପ୍ ଷ୍ଟୋର ମାଧ୍ୟମରେ ଏହାକୁ ଡାଉନ୍ଲୋଡ୍ କରାଯାଇ ପାରୁଥିବା ଜଣା ପଡ଼ିଛି ।
ଆଣ୍ଡ୍ରୋଏଡ୍ ବ୍ୟବହାରକାରୀମାନେ ଏହି ଆପ୍କୁ ଏବେ ବି ଥାର୍ଡ ପାର୍ଟି ଆପ୍ ଷ୍ଟୋର ମାଧ୍ୟମରେ ଡାଉନ୍ଲୋଡ୍ କରି ଏହାର ଲାଭ ଉଠାଇ ପାରିବେ । ଲୋକପ୍ରିୟ େଓ୍ଵବ୍ସାଇଟ୍ ଏପିକେ ମିରର୍, ଏପିକେ ପ୍ୟୁର୍, ଆଣ୍ଡ୍ରୋଏଡ୍ଏପିକେ ବକ୍ସ ଇତ୍ୟାଦି େଓ୍ଵବ୍ସାଇଟ୍ ଟିକ୍-ଟକ୍ର ଏପିକେ ଫାଇଲ ରଖୁଥିବା ଜଣା ପଡ଼ିଛି । ଏହି େଓ୍ଵବ୍ସାଇଟ୍ରୁ ଟିକ୍-ଟକ୍ର ଏପିକେ ଫାଇଲ ଡାଉନ୍ଲୋଡ୍ କରାଯାଇ ଆଣ୍ଡ୍ରୋଏଡ୍ ଡିଭାଇସ୍ରେ ଇନ୍ଷ୍ଟଲ କରାଯାଇ ପାରିବ । ଯଦି ଆପଣମାନେ ଟିକ୍-ଟକ୍ ଆପ୍ ଡାଇନ୍ଲୋଡ୍ କରିବାକୁ ଚାହୁଁଛନ୍ତି, ତେବେ ଗୁଗଲରେ ଟିକ୍-ଟକ୍ ଏପିକେ ସର୍ଚ୍ଚ କରି ପାରିବେ । ଏହା ପରେ େଓ୍ଵବ୍ସାଇଟ୍ର ଅନୁଦେଶକୁ ଅନୁସରଣ କରି ନିଜ ଫୋନ୍ରେ ଡାଉନ୍ଲୋଡ୍ କରି ପାରିବେ । ଡାଉନ୍ଲୋଡ୍ ପରେ ଟିକ୍-ଟକ୍ର ଆକାଉଣ୍ଟକୁ ଲଗ୍ ଇନ୍ କରି ଆପଣ ଏହାକୁ ବ୍ୟବହାର କରି ପାରିବେ ।



