ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନୀ ଆତଙ୍କବାଦୀଙ୍କ ‘ମୁନ୍‌ ମିଶନ୍‌’

Spread the love

ଶ୍ରୀନଗର, ୩୦/୯ (ସନ୍ଧାନ ନିଉଜ) : ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଡେଇଁ ଅନୁପ୍ରବେଶ ପାଇଁ ଆତଙ୍କବାଦୀମାନେ ‘ମୁନ୍‌ ମିଶନ୍‌’ ଯୋଜନା ପ୍ରସ୍ତୁତ କରିଛନ୍ତି। ଅନ୍ୟଦିନ ତୁଳନାରେ ପୂର୍ଣ୍ଣିମା ରାତିରେ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବା ଲାଗି ଅଧିକ ଉଦ୍ୟମ କରିଥାନ୍ତି। ରାତି ୨ଟାରୁ ଭୋର୍‌ ୫ଟା ମଧ୍ୟରେ ୨୦୨ କିଲୋମିଟର ଲମ୍ବ ଅନ୍ତର୍ଜାତୀୟ ସୀମାରେ ଭାରତ ପକ୍ଷରୁ ଲଗାଯାଇଥିବା ନାଇଟ୍‌ ଭିଜନ୍‌ ଡିଭାଇସ୍‌ ଗୁଡ଼ିକ ଭଲରେ କାମ କରି ନ ଥାଏ। ଏହାର ସୁଯୋଗ ନେଇ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ ଲାଗି ଯୋଜନା କରିଥାନ୍ତି। ଅନ୍ଧାର ରାତିରେ ବାଟ ଜଣାପଡ଼ି ନ ଥାଏ। ତେବେ ପୂର୍ଣ୍ଣିମା ରାତିରେ ଚନ୍ଦ୍ରର ଫିକା ଆଲୋକରେ ବାଟ ସହଜରେ ଜଣା ପଡ଼ିଥାଏ। ତେଣୁ ପୁର୍ଣ୍ଣିମା ରାତିରେ ଭାରତରେ ଅନୁପ୍ରବେଶ ପାଇଁ ଆତଙ୍କବାଦୀମାନେ ପାକିସ୍ତାନୀ ଲଞ୍ଚ୍‌ ପ୍ୟାଡ୍‌ରେ ଅପେକ୍ଷା କରିଥାନ୍ତି।

Related Posts

About The Author

Add Comment