ମୁମ୍ବାଇ, ୬/୩ (ସନ୍ଧାନ ନିୟୁଜ) : ଭାରତକୁ ମିଳିଥିବା ଦୁଇ ବିଶ୍ବକପ୍ ଆୟୋଜନ ଅଧିକାର ପ୍ରତ୍ୟାହୃତ ହେଲେ ବିସିସିଆଇ କିଛି କରି ପାରିବନାହିଁ। ଆଇସିସି ଚାହିଁଲେ ଏଭଳି କରିପାରିବ ବୋଲି ବିସିସିଆଇ ନିଜ ଅସହାୟତା ପ୍ରକାଶ କରି କହିଛି। ଆଇସିସିକୁ ଯଦି ଭାରତ ସରକାର ଶୁଳ୍କ ଛାଡ଼ ଲାଗି ମନା କରିଦିଏ କିମ୍ବା ବିସିସିଆଇର ଏଭଳି ଛାଡ଼ ଅର୍ଜନରେ ବିଫଳ ହୁଏ ତେବେ ଆଇସିସି ଚାହିଁଲେ ୨୦୨୧ ମସିହାର ଟ୍ବେଣ୍ଟି-୨୦ ବିଶ୍ବକପ୍ ଏବଂ ୨୦୨୩ ମସିହାର ଦିନିକିଆ ବିଶ୍ବକପ୍ ଆୟୋଜନକୁ ଅନ୍ୟତ୍ର ସ୍ଥାନାନ୍ତର କରିଦେଉ ବୋଲି ବିସିସିଆଇ କହିଛନ୍ତି। ଗତ ଆଇସିସି ତୈମାସିକ ବୈଠକରେ ବିସିସିଆଇ ମଧ୍ୟ ଏହା ଜଣାଇ ଦେଇଛି। ସରକାରଙ୍କୁ ନିଷ୍ପତ୍ତିକୁ ମାନିବାକୁ ବାଧ୍ୟ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।
ଭାରତରୁ ଟି-୨୦ ଓ ଦିନିକିଆ ବିଶ୍ବକପ୍ ପ୍ରତ୍ୟାହୃତ ହେବ
|
March 6, 2019 |



