ଭାରତକୁ ୧୬୫ର ବିଜୟ ଲକ୍ଷ ଦେଲା ଇଂଲଣ୍ଡ, ଇଲଣ୍ଡ ୧୬୪/୬

Spread the love

ନୂଆ ଦିଲ୍ଲୀ, ୧୪/୦୩/୨୧ (ସନ୍ଧାନ ନିଉଜ)  : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ- T-20 ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯାଉଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ଆଠଟି ୱିକେଟ୍ ପରାଜୟ ସ୍ୱିକାର କରିବାକୁ ପଡ଼ିଥିଲା। ବର୍ତ୍ତମାନ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ ଏବଂ ସିରିଜ୍‌ରେ ସମାନତା ଆଣିବାକୁ ଚେଷ୍ଟା କରିବ, ଯାହାଫଳରେ ଦଳ ସିରିଜରେ ରହିବ। ଏହି ସମୟରେ ଭାରତୀୟ ଦଳରେ ପରିବର୍ତ୍ତନ ହେବାର ସମ୍ଭାବନା ପ୍ରକାଶ ପାଇଛି। ଏହି ମ୍ୟାଚରେ ହିଟମ୍ୟାନ୍ ଓପନର୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ହୋଇପାରେ ବୋଲି ବିଶ୍ୱାସ କରାଯାଉଥିଲା କିନ୍ତୁ ତାହା ହୋଇନାହିଁ। ଏଥର ଇଶାନ୍‌ କିଷନ ଓପନିଂ କରିବେ। ଶିଖର ଧାୱନଙ୍କ ସ୍ଥାନରେ ଇଶାନ କିଷନଙ୍କୁ ନିଆଯାଇଛି। ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କୁ ଏକାଦଶ ଖେଳରୁ ଦୂରେଇ ରଖାଯାଇଥିଲା, କେଏଲ ରାହୁଲ ଶିଖର ଧାୱନ ଦଳ ପକ୍ଷରୁ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳୁଥିବାର ନଜର ଆସିଥିଲେ। ଯଦିଓ ଦୁହିଁଙ୍କ ମଧ୍ୟରୁ କେହି ଭଲ ପ୍ରଦର୍ଶନ କରିନଥିଲେ ଏପରିକି ଅଧିନାୟକ ବିରାଟ କୋହଲି ମଧ୍ୟ କିଛି ନକରି ଆଉଟ୍ ହୋଇଥିଲେ। ତେବେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିବା ବେଳେ ଇଲଣ୍ଡ ଦଳରେ ଜଣଙ୍କୁ ପରିବର୍ତ୍ତନ କରାଯାଇଛି। ଭାରତୀୟ ଦଳରେ ଇଶାନ କିଷନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କର ଡେବ୍ୟୁ ହୋଇଛି। ଇଲଣ୍ଡର ଦଳରେ ଟମ୍ କୁରାନ୍‌ଙ୍କର ଏଣ୍ଟି ହୋଇଛି।

Related Posts

About The Author

Add Comment