ଭାରତକୁ ମହାକାଶ ମହାଶକ୍ତି ବନାଉଥିବା ପ୍ରେଜେଣ୍ଟେସନ୍‌ ଭିଡିଓ ସାମ୍ନାକୁ ଆସିଲା

Spread the love

ନୂଆଦିଲ୍ଲୀ,୬/୪ (ସନ୍ଧାନ ନିୟୁଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱାରା ‘ମିଶନ୍‌ ଶକ୍ତି’ର ସଫଳତା ଘୋଷଣା କରିବା ପରେ କଂଗ୍ରେସ ନେତା ପି.ଚିଦାମ୍ବରମ ମୋଦୀ ସରକାରଙ୍କୁ  ସମାଲୋଚନା କରି କହିଥିଲେ କି, ଦେଶର ଏହି କ୍ଷମତାକୁ ଗୋପନୀୟ ରଖିବା ଦରକାର। କିନ୍ତୁ ସରକାର ଏମିତି କରିଲେ ନାହିଁ।

ଏହା ଉପରେ ଶନିବାର ଡିଆରଡିଓ ପ୍ରମୁଖ ଜି ସତୀଶ ରେଡ୍ଡି କହିଛନ୍ତି, ‘ମିଶନ୍‌ ଶକ୍ତି’ର ସ୍ବରୂପ ଏଭଳି  ଥିଲା କି ତାହାକୁ କୌଣସି ଉପାୟରେ ବି ଗୋପନୀୟ ରଖା ଯାଇ ପାରି ନ ଥାଆନ୍ତା। ଧ୍ବଂସ ହୋଇଥିବା ଉପଗ୍ରହକୁ ଦୁନିଆର ଅନେକ ଦେଶର ସ୍ପେଶ ଷ୍ଟେସନ୍‌ ଦ୍ୱାରା ଟ୍ରାକ୍‌ କରିଥିଲେ। ଏହି ମିଶନ୍‌ ପାଇଁ ଜରୁରୀ ମଞ୍ଜୁରୀ ବି ମିଳିଥିଲା। ତେଣୁ ଏହାକୁ ଲୁଚାଇ ରଖିବା ସମ୍ଭବ ନୁହେଁ। ଏହି କ୍ରମରେ ଡିଫେନ୍‌ସ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ଅର୍ଗାନାଇଜେସନ୍‌ ମିଶନ୍‌ ଶକ୍ତି ଉପରେ ଏକ ପ୍ରେଜେଣ୍ଟେସନ୍‌  ଭିଡିଓ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ କି, ଭାରତ ମହାକାଶରେ ଯୁଦ୍ଧ କରିବାର କ୍ଷମତା ହାସଲ କରି ନେଇଛି। ଏତଦ୍‌ବ୍ୟତୀତ ଭାରତ ୩ ମିନିଟ୍‌ ଭିତରେ  କ୍ଷେପଣାସ୍ତ୍ର ଦ୍ବାରା ମହାକାଶର ଲୋ-ଆର୍ବିଟରେ ଏକ ସାଟେଲାଇଟ୍‌କୁ ଧ୍ବଂସ କରାଯାଇଥିଲା । ଆଜି ଡିଆରଡିଓ ଏହି ମଶନ୍‌ ଶକ୍ତିର ଏକ ପ୍ରେଜେଣ୍ଟେସନ୍‌  ଭିଡିଓ ଦେଶ ସାମ୍ନାକୁ ଆଣିଛି।

Related Posts

About The Author

Add Comment