ଭାଜପା ଲୋକସଭା ପ୍ରାର୍ଥଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Spread the love

ରସୁଲପୁର,୩ /୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ମୂଳାପାଳ ଛକଠାରେ ଆଜି ଭାଜପା ଯାଜପୁର ଜିଲା ଲୋକସଭା ପ୍ରାର୍ଥୀ ଅମୀୟ ମଲିକଙ୍କୁ ଭବ୍ୟ ସମ୍ବର୍ଦ୍ଧାନ ଜ୍ଞାପନ କରାଯାଇଛି । ଏହି ଅବସରରେ ଚନ୍ଦନେଶ୍ୱର ମଣ୍ଡଳ ଉପ-ସଭାପତି ଲକ୍ଷ୍ମୀଧର ପତିଙ୍କ ନେତୃତ୍ୱରେ ବହୁ ନେତା କର୍ମୀ ଯୋଗଦେଇ ସାଂସଦ ପ୍ରାର୍ଥୀ ଶ୍ରୀ ମଲିକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟଦାନ କରି ତାଙ୍କୁ ଜିତାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଆସନରେ ଆବସ୍ଥାନ କରିବାକୁ ସଂକଳ୍ପ ନେଇଥିଲେ । ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରଥମାଖଣ୍ଡି ସରପଂଚ ଚିନ୍ତାମଣି ସୁର, ଜିଲାପରିଷଦ ସଭ୍ୟ ଚତୃଭୂଜ ଦ୍ୱିବେଦୀ, ବଟକୃଷ୍ଣ ସାହୁ, ଅକ୍ଷୟ ମିଶ୍ର, ଅଶୋକ ସାହୁ, ଶଶିଭୂଷଣ ଦ୍ାଶ, ମୁକୁନ୍ଦଦେବ ମହାନ୍ତି, ଚକ୍ରଧର କର, ସୁରେନ୍ଦ୍ର ସର, ସନାତନ ରଥ, ସୂର୍ଯ୍ୟମଣୀ ମହାନ୍ତି, ଭରତ ସେନାପତିଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇ ପ୍ରାର୍ଥୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ

Report- J rout

Related Posts

About The Author

Add Comment