ଭାଗ୍ୟଧର ସେଠୀଙ୍କୁ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁୁ ରାଷ୍ଟ୍ରୀୟ ଶିକ୍ଷା ଗୌରବ ସମ୍ବର୍ଦ୍ଧନା

Spread the love

ଭୁବନେଶ୍ୱର (ସନ୍ଧାନ ନିୟୁଜ) ଡକ୍ଟର ଭାଗ୍ୟଧର ସେଠୀଙ୍କୁ ନୂଆଦିଲ୍ଲୀ ସ୍ଥିତ ସମ୍ବାଧାନିକ କ୍ଲବ ପରିସରରେ ଅନୁଷ୍ଠିତ ଆମ୍ବେଦକରଙ୍କ ୬୮ତମ ମହାପ୍ରାଣୟ ଦିବସ ଅବସରରେ ଆମ୍ବେଦକର ଫାଉଡେସନ ପକ୍ଷରୁ ଅନୁଷ୍ଠିତ ବର୍ଣ୍ଣାଢ଼ ପରିବେଷରେ ରାଷ୍ଟ୍ରୀୟ ଶିକ୍ଷା ଗୌରବ ସମ୍ବର୍ଦ୍ଧନା ସମ୍ମାନ ପ୍ରଦାନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାସଂଦ ନିରଂଜନ ବିଶି, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଆଇ.ଏଫ.ଏସ. ଡକ୍ଟର ଅମରେନ୍ଦ୍ର ଖଟୁଆ , ସମ୍ମାନୀତ ଅତିଥି ଭାବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଡିନ୍ ବଳରାମ ପାଣି, ପ୍ରମୁଖ ଯୋଗଦେଇ ଶ୍ରୀ ସେଠୀଙ୍କୁ ମାନପତ୍ର, ଉପଢ଼ୈକନ ଏବଂ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ଆମ୍ବେଦର ଫାଉଡେସନର ପୂର୍ବତନ ନିର୍ଦ୍ଧେଶକ ଡକ୍ଟର ଦେବେନ୍ଦ୍ର ପ୍ରସାଦ ମାଝି ସଭାପତିତ୍ୱ କରିଥିବା ବେଳେ ବହୁ ମାନ୍ୟଗତ ବ୍ୟକ୍ତି ଉପସ୍ଥିତ ଥିଲେ। ସୂଚନା ଥାଉକି ଶ୍ରୀ ସେଠୀ ସଂସଦୀୟ ବ୍ୟପର ଶିକ୍ଷା ଉପରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ନିଜର ଡକ୍ଟରେଟ ଶେଷ କରି କିସ ବିଶ୍ୱବିଦ୍ୟଳରେ ସଂଯୁକ୍ତ ପ୍ରଫେସର ଭାବେ କାର୍ଯ୍ୟକରୁଛନ୍ତି। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ବୋଲି ଫାଉଡେସନ ପକ୍ଷରୁ କୁହାଯାଇଛି।

Related Posts

About The Author

Add Comment