ଭାଇ ହେଲା ରକ୍ତମୁଖା, ବଡ଼ଭାଇର ପୁରା ପରିବାରକୁ ହାଣିଦେଇ ସାନଭାଇର ଆତ୍ମସମର୍ପଣ

Spread the love

ମାହାଙ୍ଗା, ୧୨/୦୪/୨୨ (ସନ୍ଧାନ ନିଉଜ) ମାହାଙ୍ଗା ଥାନା କୁସୁପୁର ଗାଁ’ରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ ! ବିଳମ୍ବିତ ରାତିରେ ସାନଭାଇ ସାଜିଲା ରକ୍ତମୁଖା ! ଜମିଜମା ବିବାଦ ଓ ପାରିବାରିକ ଶତ୍ରୁତା ପାଇଁ ଚାଲିଗଲା ଗୋଟିଏ ପରିବାରରୁ ୫ ମୁଣ୍ଡ ! ପାଖ ପଡୋଶୀ କେହି ଟେର ପାଇଲେ ନାହିଁ ! ସାନଭାଇ ଶିବ ପ୍ରସାଦ ସାହୁ ଯିଏକି ପେଶାରେ ଜଣେ ଡ୍ରାଇଭର,ନିଜ ବଡ଼ଭାଇ ଅଲେଖ ସାହୁଙ୍କୁ ଏବଂ ଅଲେଖର ପତ୍ନୀ ରଶ୍ମି ସାହୁ, ଝିଅ ପାଏଲ ଓ ପୁଅ ଗୁଡ଼ୁ ଓ ଟୁବୁକୁ ମାରଣାସ୍ତ୍ର ଦ୍ୱାରା ହାଣି ହତ୍ୟା କରିବା ଆଲୋଡ଼ ସୃଷ୍ଟି କରିଛି ! ଆଜି ସକାଳୁ ଏହି ହତ୍ୟା ଖବର ଚାରିଆଡେ ଖେଳିଯାଇଥିଲା ! ସାଲେପୁର ଏସଡ଼ିପିଓ, ମାହାଙ୍ଗା ଆଇଆଇସି, ତହସିଲଦାର ପ୍ରମୁଖ ଘଟଣାସ୍ଥଳୀରେ ପହଂଚି ଛାନଭିନ ଆରଂଭ କରିଛନ୍ତି ! ଖଣ୍ଡା ଚୋଟରେ ଏମାନଙ୍କୁ ହତ୍ୟା କରାଯିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ! ବନ୍ଦ କୋଠରୀ ଭିତରୁ ମୃତକ ମାନଙ୍କ ଶବ ଜବତ କରିଛି ପୋଲିସ !

ଅନ୍ୟ ପକ୍ଷରେ ହତ୍ୟାକାରୀ ଶିବ ପୋଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଛି ! ସମ୍ପତ୍ତି ବିବାଦକୁ ନେଇ ସାହୁ ପରିବାର ଭିତରେ ଦୀର୍ଘଦିନୁ ତିକ୍ତତା ଲାଗିରହିଥିଲା ! ବଡ଼ଭାଇ ସାନ ଭାଇକୁ ଘରେ ପୁରେଇ ନଦେବାରୁ ଭଡ଼ା ଘରେ ରହୁଥିଲା ଶିବ ! ତେବେ ଏମାନଙ୍କ ଭିତରେ ଭୟଙ୍କର ତିକ୍ତତା ଯୋଗୁଁ ଶିବ ରକ୍ତମୁଖା ପାଲଟି ଯାଇଥିଲା ଓ ବଡ ଭାଇର ପରିବାରକୁ ଖଣ୍ଡରେ ହାଣି ନିପାତ କରି ଶେଷରେ ନିଜକୁ ମାନସିକ ବିକାରଗ୍ରସ୍ତ କହି ଆତ୍ମସମର୍ପଣ କରିବା ଜଣାପଡିଛି !

Related Posts

About The Author

Add Comment