ଯାଜପୁର,୨୩/୯ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ , ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ଓ ଶାରୀରିକ ଶିକ୍ଷା ନିରିକ୍ଷକ ଶ୍ରୀଯୁକ୍ତ ଶମ୍ବୁନାଥ ଦାସ ଙ୍କ ତତ୍ୱବଧାନରେ ଯାଜପୁର ଜିଲ୍ଲାରୁ ୧୧ ଜଣ ଭଲିବଲ ଖେଳାଳି (୧୭ ବର୍ଷରୁ କମ ବାଳକ) ବିଭାଗ କୁ ନେଇ ଗଜ ପତି ଜିଲ୍ଲା ପାରଳାଖେମୁପଣ୍ତି କ୍ରୀଡା ପ୍ରାଙ୍ଗଣାରେ ଖେଳ ଅନୁଷ୍ଠିତ ହେବ । ପିଲାମାନେ ବଡ଼ଚଣା ବ୍ଲକ ଧାନମଣ୍ତଳ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ସମସ୍ତ ଖେଳାଳି ଏକତ୍ରିତ ହୋଇ ଧାନମଣ୍ତଳ ରେଳ ଷ୍ଟେସନରୁ ଗଜପତି ଅଭୁମୂଖେ ଯାତ୍ରା କରିଛନ୍ତି । ପିଲାମାନଙ୍କୁ କୋଚ୍ ଶିକ୍ଷ୍ୟକ ମିର୍ଜା ଆବାସ ବେଗ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବରୁହାଁ ଓ ମାନେଜର ରଞ୍ଜନ କୁମାର ସାହୁ ଧାନମଣ୍ତଳ ଉଚ୍ଚ ବିଦ୍ୟାଳୟ ଏବଂ କେନ୍ଦ୍ରିୟ ପ୍ରତିନିଧି ସୁବାସ ବାରିକ ଯାତ୍ରା କରିଥିଲେ ।
Report- Anita Behera