ଭର୍ତ୍ତି ସପୁରି ଖାଇବା ପରେ ଅନ୍ତଃସତ୍ତ୍ବା ହାତୀର ମୃତ୍ୟୁ

Spread the love

ଭୁବନେଶ୍ୱର, ୦୩/୦୬/୨୦ (ସନ୍ଧାନ ନିଉଜ) : ବାଣ ଭର୍ତ୍ତି ସପୁରି ଖାଇବା ପରେ କେରଳର ମାଲପ୍ପୁରମ୍‌ ଠାରେ ‌ଗୋଟାଏ ଅନ୍ତଃସତ୍ତ୍ବା ହାତୀର ମୃତ୍ୟୁ ଘଟିଛି। ପାଟିରେ ବାଣ ଫୁଟିବା ପରେ ହାତୀଟିକୁ ଏତେ କଷ୍ଟ ହେଲା ଯେ ସେ ଯାଇ ନଈ ଭିତରେ ଠିଆ ହେଲା। ନଈରେ ଠିଆ ହୋଇ ହୋଇ ତା’ର ପ୍ରାଣ ଛାଡ଼ିଗଲା।

ଏହି ହୃଦୟ ବିଦାରକ ଦୃଶ୍ୟକୁ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି ନୀଲାମ୍ବୁର ସେକ୍‌ସନ୍ ଫରେଷ୍ଟ୍ ଅଫିସର୍ ମୋହନ କୃଷ୍ଣନ୍।

ଖାଦ୍ୟ ଅନ୍ବେଷଣରେ ବୁଲୁ ବୁଲୁ ହାତୀଟି ଗ୍ରାମାଞ୍ଚଳକୁ ଚାଲିଯାଇଥିଲା। ସେଠାରେ କେତେକ ଲୋକେ ବାଣ ଭରାଯାଇଥିବା ସପୁରିଟିଏ ତାକୁ ଖାଇବାକୁ ଦେଇଥିଲେ। (ଏଠାରେ ସୂଚାଇ ଦିଆଯାଇ ପାରେ କି, ବଣୁଆ ବାର୍ହାମାନଙ୍କୁ ଘଉଡ଼ାଇବାକୁ ସେ ଅଞ୍ଚଳରେ ଏଇଟା ସାଧାରଣ କୌଶଳ।)

Related Posts

About The Author

Add Comment