ଗଡମଧୁପୁର, ୭/୭ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) : ଧର୍ମଶାଳା ବ୍ଲକ ମଧୁସୁଦନପୁର ପଂଚାୟତ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ ଭଦ୍ରେଶ୍ୱର ମହାଦେବଙ୍କ ଦ୍ୱୀତିୟ ବାର୍ଷିକ ଜନ୍ମ ମହୋସôବ ମାହାଡମ୍ବରରେ ଶେଷ ହୋଇଯାଇଛି । ଭଦ୍ରେଶ୍ୱର ମନ୍ଦିର ଟ୍ରଷ୍ଟ ପକ୍ଷରୁ ତିନିଦିନ ଧରି ଏହି ଯଜ୍ଞ ଉସôବରେ ଅଧରବାସ,କଳସ ଶୋଭାଯାତ୍ରା ଯଜ୍ଞ ଉବଂ ନଗର ପରିଭ୍ରମଣ ହୋଇଥିଲା । ଏହି ଯଜ୍ଞ ରେ ବଳଭଦ୍ରପୁର ସମେତ ବେଲଗାଡିଆ, ସୋରେଇ, ଦୃଗାପୁର ଓ ମଧୁସୁଦନପୁରର ଗ୍ରାମବାସି ମାନେ ସହେଯାଗ କରିଥିଲେ । ସ୍ୱାହା କ୍ରିକେଟ ଆସୋସିଏସନ ତରଫରୁ ପ୍ରତେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ସଂକୀର୍ତ୍ତନ, ବାଡିଖେଳ, ପଣ୍ଡିତ ଅର୍ଜୁନ ଚରଣ ନାଥଙ୍କ ଦ୍ୱାରା ପ୍ରବଚନ, ନିଦାନ ଡ୍ୟାନ୍ସ ଗୃପ ଦ୍ୱାରା ନୃତ୍ୟ ପରିବେସଣ ଓ ବଣମଲ୍ଲି ଭଜନ ସନ୍ଧ୍ୟା ପକ୍ଷରୁ ସଙ୍ଗିତ ସନ୍ଧ୍ୟାର ଆୟୋଜନ କରାଯାଇଥିଲା ।
ଭଦ୍ରେଶ୍ୱର ମହାଦେବଙ୍କ ଯଜ୍ଞ ମହୋସôବ ଅନୁଷ୍ଠିତ
|
July 7, 2019 |



