ଭଦ୍ରକ: ସହିଦ ଦୟାନିଧିଙ୍କୁ ଶ୍ରଦ୍ଧାଞ୍ଜଳୀ

Spread the love

ଭଦ୍ରକ, ୦୧/୮ (ସନ୍ଧାନ ନିୟୁଜ /ରମେଶ ନାୟକ): ୨୦୦୩ ମସିହା ଆଜିର ଦିନରେ ନକ୍ସଲଙ୍କ ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ସହିଦ ଦୟାନିଧି ବେହେରାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ସହିଦ ଦୟାନିଧିଙ୍କ ନିଜ ଗ୍ରାମ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଦଇସିଂ ପଞ୍ଚାୟତ ଚଢ଼େୟା ଠାରେ ସ୍ଥାପିତ ସହିଦଙ୍କ ପ୍ରତିମୂର୍ତ୍ତୀରେ ଆଜି ବହୁ ସଂଗଠନର କର୍ମକର୍ତ୍ତା ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରିଥିଲେ। ଗେଳଟୁଆ ସରପଞ୍ଚ ସରୋଜ ଦାସ, ଆଇନଜୀବୀ ଦୀପକ ସାହୁ, ଇଂ ମଧୁସୂଦନ ହୁଇ, ଇଂ ମନୋରଂଜନ ଦାସ, ସନ୍ତୋଷ ବେହେରା, ଭଦ୍ରକ ରୋଟାରୀ ମିଡ଼ ଟାଉନର ସଭାପତି ଅତିଶ ବେହେରାଙ୍କ ନେତୃତ୍ୱରେ ରୋ. ପବିତ୍ର ଖିଲାର, ରୋ. ଚୈତାଳୀ ଖିଲାର, ରୋ. ଇନ୍ଦ୍ରଜିତ୍ ସିଂ ସହିଦଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ବୃକ୍ଷ ରୋପଣ କରିଥିଲେ। ସେହିପରି ତ୍ୟାଗଭୂମୀ ସମ୍ମେଳନର ସଭାପତି ଅଜୟ ନାୟକ ୰ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେଇଥିଲେ। ସେହିପରି ଟ୍ରି ଫେମିଲିର ସୁରେନ୍ଦ୍ର କର, ସୁରେନ୍ଦ୍ର ଦାସ, ଶୁଭେନ୍ଦୁ ବେହେରା, ଅଜୟ ଜେନା, ସାହିତ୍ୟ ଘରର ବୈଲୋଚନ ବେହେରା, ବରିଷ୍ଠ ସାମ୍ବାଦିକ ଡ଼. ହରିହର ନାୟକ, ମଦର୍ସ ପବ୍ଲିକ ସ୍କୁଲର ସତ୍ତ୍ୱାଧିକାରୀ ସୁରେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବହୁ ସ୍କୁଲ ଛାତ୍ର, ୟୁୂନିକ୍ ଡ଼୍ରପ୍ସ ଗ୍ରୁପର ଆବାହକ ଅତୁଲ ନାୟକ, ଚନ୍ଦନ ଦାସଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହିଦଙ୍କ ପିତା ମଧୁସୂଦନ ବେହେରା, ତାଙ୍କ ପରିବାରବର୍ଗଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related Posts

About The Author

Add Comment