ଭଦ୍ରକ ରେ ସାଳନ୍ଦୀ ସତ୍ୟାଗ୍ରହ

Spread the love
ଚାନ୍ଦବାଲି: 25/02/2021 (ସନ୍ଧାନ ନ୍ୟୁଜ୍): ବୁଧବାର ଦିନ ଭଦ୍ରକ ସାଳନ୍ଦୀ ମଞ୍ଚ ପକ୍ଷରୁ ସାଳନ୍ଦୀ ସତ୍ୟାଗ୍ରହ ପାଳିତ ହୋଇଯାଇଛି । ଦିନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସାଳନ୍ଦୀ ସତ୍ୟାଗ୍ରହରେ ମଂଚର ସଭାପତି ପ୍ରଫେସର ଡ. ବଳରାମ ମିଶ୍ର ଅଧ୍ୟକ୍ଷତା କରିଥିଲେ ବା ସଙ୍ଗେ ସଙ୍ଗେ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗଦାନ କରି ନିଜ ନିଜର ମନ୍ତ୍ୟବ୍ୟ ସ୍ଥାପନ କରିଥିଲେ।
ଭଦ୍ରକ ଜିଲାର  ସାଳନ୍ଦୀ ଆଜି ପ୍ରଦୂଷଣପୂର୍ଣ୍ଣ ହୋଇପଡିବା ସଙ୍ଗେ ସଙ୍ଗେ ସମସ୍ତ ଙ୍କ ପାଇଁ ଅଦରକାରୀ ହୋଇ ପଡ଼ିଛି।ଫଳରେ ଏହି ନଦୀ ଉପରେ ଜୀବିକା ନିର୍ବାହ କରୁଥିବା ବହୁ ଚାଷୀ  ଏବଂ ଜନସାଧାରଣ ପାଇଁ ଏହା ଚିନ୍ତାର କାରଣ ସାଜିଛି।ଏହି ନଦୀଟି କେନ୍ଦୁଝର ଓ ଭଦ୍ରକ ଜିଲ୍ଲାଦେଇ ଗତି କରିଥିବାବେଳେ ବର୍ତ୍ତମାନ ସମୟରେ ସାଳନ୍ଦୀ ନଦୀ ଅନେକ ସ୍ଥାନରେ ପୋତି ହୋଇ ଗଲାଣି। କିନ୍ତୁ ଏବେ ଯେଉଁଠି ବି ନଦୀ ଅଛି ତାର ଜଳ ବ୍ୟବହାର ଉପଯୋଗୀ ହୋଇପାରୁନି । ସାଧାରଣ ଲୋକଟିଏ ଗାଧୋଇବାକୁ ମଧ୍ୟ କୁଣ୍ଠାବୋଧ କରୁଛି । ନଦୀର ଜଳ ପ୍ରଦ୍ୟୁଷଣ ହୋଇଯିବାରୁ ଏହା ସାଧାରଣ ଲୋକଙ୍କ ପାଇଁ ବିପଦ ପାଲଟିଛି । ସାଳନ୍ଦୀ ସଂସ୍କାର ନାମରେ କୋଟି କୋଟି ଟଙ୍କା ହରିଲୁଟ୍ ହେବା ପରେ ଏବେ ଏହାର ପୁନରୁଦ୍ଧାର ଦିଗରେ ପ୍ରଶାସନ  କୁମ୍ଭକର୍ଣ୍ଣ ଭଳି ଶୋଇ ରହିଛନ୍ତି ।ଶେଷରେ ମଂଚର ଏକ ପ୍ରତିନିଧି ଦଳ ସାଳନ୍ଦୀ ନଦୀକୁ ପ୍ରଦୂଷଣମୁକ୍ତ କରିବା ଦିଗରେ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Related Posts

About The Author

Add Comment