ଭୂବନେଶ୍ୱର, ୧୭/୦୮ (ସନ୍ଧାନ ନିୟୁଜ) ଦୀର୍ଘ ଦିନର ପରେ ରାଜ୍ୟରେ କରୋନା ପ୍ରକୋପ କମିଥିବାରୁ ରାଜ୍ୟ ସରକାର ଲକଡାଉନ୍ ଉଠାଇଛନ୍ତି । ଇତି ମଧ୍ୟରେ ବସ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଥିବା ବେବେ ବ୍ରହ୍ମପୁର, ସମ୍ବଲପୁର ଏବଂ ଅନ୍ୟାନ ସ୍ଥାନରେ ଲୋକଲ ଟ୍ରେନ ଚଳାଚଳ କରିବାକୁ ଅନୁମିତି ମିଳିଛି । ହେଲେ ଏପ୍ରର୍ଯ୍ୟନ୍ତ ଭଦ୍ରକ ଭୂବନେଶ୍ୱର ସେକସନର ଲୋକାଲ ଟ୍ରେନ୍ ଚଳାଚଳ ପାଇଁ ରେଳ ବିଭାଗ ପକ୍ଷରୁ ଅନୁମିତି ମିଳିନାହିଁ । ଫଳରେ ଏହି ସେକସନ ଉପରେ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ଯିବା ଆସିବା କରିବା ପାଇଁ ନିର୍ଭର କରୁଥିବା ହଜାର ହଜାର ଲୋକମାନେ ଅସୁବିଧା ଭୋଗୁଛନ୍ତି । ବିଶେଷତଃ ପ୍ରତିଦିନ ଲୋକାଲ ଟ୍ରେନରେ ଶହ ଶହ ଗରିବ ଶେଣୀର ଲୋକମାନେ ଅନ୍ୟତ୍ର କାର୍ଯ୍ୟ କରିବାକୁ ଯିବା ଆସିବା କରୁଥିବା ବେଳେ ଛୋଟ ଛୋଟ ବ୍ୟବସ୍ଥାୟୀ, ଛାତ୍ରଛାତ୍ରୀ, ସରକାରୀ ଏବଂ ବେସରକାରୀ କର୍ମଚାରୀ ମାନେ ଲୋକାଲ ଟ୍ରେନ୍ ସାହାର୍ଯ୍ୟରେ ଯିବା ଆସିବା କରିଥାନ୍ତି । ଭଦ୍ରକ-ଭୂବନେଶ୍ୱରର ରୁଟ୍ର ସମସ୍ତ ଲୋକାଲ ଟ୍ରେନ୍ ବାତିଲ ହୋଇଥିବାରୁ ଏହି ରୁଟର ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇନାହିଁ । ସକାଳୁ ଏକ ମାତ୍ର ମେମୁ ଟ୍ରେନ୍ ଉପରେ ଭଦ୍ରକ, ବାଲେଶ୍ୱର, ଯାଜପୁର ,କଟକ, କେନ୍ଦ୍ରପଡା ଆଦି ଜିଲ୍ଲାର ବହୁ ଲୋକ ଏହା ଉପରେ ନିର୍ଭର କରୁଥିବା ବେଳେ ଏହା ଚାଲିନଥିବାରୁ ଯାତ୍ରୀ ମାନେ ଗମନାଗମନ ପାଇଁ ନାନାଦି ହଇରାଣ ହେଉଛନ୍ତି । ତୁରନ୍ତ ଏହି ସେକସନର ସମସ୍ତ ଲୋକଲ ଟ୍ରେନ୍ ଚାଲିବା ପାଇଁ ହରିଦାସପୁର ରେଳ ବିକିଶ କମିଟି, ଦୈନିଦିନ ଯାତାୟତ କରୁଥିବା ଯାତ୍ରୀ ମାନେ ରେଳ ବିଭାଗର ଉଚ୍ଚ କର୍ତ୍ତପଙ୍କ ନିମନ୍ତେ ଏକ ଦାବି ପତ୍ର ହରିଦାସପୁର ଷ୍ଟେସନ ମାଷ୍ଟର ଜରିଆରେ ପ୍ରଦାନ କରିଛନ୍ତି । ତୁରନ୍ତ ଏହି ରୁଟରେ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବାକୁ ଦାବି ପତ୍ରରେ ନିବଦେନ କରିଛନ୍ତି । ଯଦି ଏହା ତୁରନ୍ତ କାର୍ଯ୍ୟକାରୀ ନହୁଏ ତେବେ ଗଣ ଆନ୍ଦୋଳନ ହେବ ବୋଲି ଯାତ୍ରୀଙ୍କ ପକ୍ଷରୁ କୁହାଯାଇଛି ।
ଭଦ୍ରକ-ଭୁବନେଶ୍ୱର ସେକସନର ଲୋକାଲ ଟ୍ରେନ୍ ଚଳାଚଳ ପାଇଁ ଦାବି
|
August 17, 2021 |


