ଭଦ୍ରକ,୨/୯ (ସନ୍ଧାନ ନିୟୁଜ/ରମେଶ ନାୟକ):- ଭଦ୍ରକ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବିଘ୍ନନାଶକ ଗଣପତିଙ୍କ ପୂଜା ମଡାଡ଼ମ୍ବର ସହକାରେ ଆରମ୍ଭ ହୋଇଛି । ପ୍ରତିକୂଳ ପାଗ ସତ୍ତେ୍ୱ ପୂଜାକୁ ନେଇ ମାହହୋଲରେ ଭଟ୍ଟା ପଡ଼ିନାର୍ହି । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ବିଭିନ୍ନ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ, ସହରର ବହୁ କ୍ଳବ୍ମାନଙ୍କରେ ମଧ୍ୟ ଗଣପତିଙ୍କ ପୂଜା ମହାନମ୍ବରରେ ପାଳିତ ହେଂଉଛି । ପୁରୁଣାବଜାରରେ ବୁଢ଼ା, ଟୋକା ଗଣେଶ, କୁଆଁସ ଠାରେ ପିଲା ଓ ଛୁୂଆ ଗଣେଶଙ୍କ ପୂଜାମଣ୍ଡପ ନୀିକଟରେ ଭିଡ଼ ପରିଲକ୍ଷିତ ହୋଇଛି । ଏହି ୪ଟି ସ୍ଥାନରେ ଗରପତି ଦୀର୍ଘ ୧ମାସ ଧରି ପାରମ୍ପରିକ ରୀତୀରେ ପୂଜା ପାଇବେ । କୁଂଆସର କୁନି ଓ କାଞ୍ଚନ ଗଣେଶ, କଦମବେଢାରେ ବାଳ ଗଣେଶ ନାମରେ ପୂଜା ପାଉଛନ୍ତି l ଅନୁରୂପ ସହରର ସମସ୍ତ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ କ୍ଳବରେ ମଧ୍ୟ ପୂଜା ଆରମ୍ଭ ହୋଇଛି । ଅସ୍ଥଳର ସହିଦ କ୍ଳବ, ନରିପୁରର ଗଣେଶପୂଜା କମିଟି, ସାହାପୁର ୟୁଥ କ୍ଳବ, କଲେଜରୋଡ଼ ଗଣେଶପୂଜା କମିଟି,ବାଇପାସ, କଚେରୀବଜାର, ଅପର୍ତ୍ତିବିନ୍ଧା, ଚରମ୍ପା, ବାଗୁରାଇ,ସନ୍ଥିଆ,ଜାନୁଗଞ୍ଜ ସମେତ ବିଭିନ୍ନ ସ୍ଥାନରେ ଗଣପତିଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପୌରପାଳିକାର ୧୬ ନମ୍ବର ୱାର୍ଡ଼ ସୁଇପର କଲୋନୀ ନିକଟରେ ଗତ 38 ବର୍ଷ ଧରି ଛୁଆ ଗଣେଶ ପୂଜା ପାଇ ଆସୁଥିବାବେଳେ ଏହାର ଭସାଣୀ ପ୍ରଶାସନିକ ନିର୍ଦ୍ଦେଶରେ ୧ମାସ ପରେ ସମ୍ପନ୍ନ ହେବ ବୋଲି କମିଟିର ସଭାପତି କୁନା ମୁଖୀ,ଚନ୍ଦନ ଦାସ, ଅମିତ ମୁଖୀ ପ୍ରମୁଖ କହିଛନ୍ତି । ସେହିପରି ପୌରପାଳିକାର କୁଆଁସସ୍ଥିତ ସ୍ଥାୟୀ ସିଦ୍ଧି ବିନାୟକ ମନ୍ଦିର ପରିସରରେ ଗଣନାଥଙ୍କ ସ୍ୱତନ୍ତ୍ର ପୂଜା ଓ ନିଆରା ପରମ୍ପରା ସହର ପାଇଁ ସ୍ୱତନ୍ତ୍ର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଭଦ୍ରକର ଏକମାତ୍ର ସ୍ଥାୟୀ ଗଣେଶ ମନ୍ଦିରରେ ପୂଜା ହେଉଥିବାରୁ ୩ଦିନ ପର୍ଯ୍ୟନ୍ତ ଦୈନିକ ଆଖପାଖ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ । ପ୍ରଥମ ଦିବସରେ କଳସ ଶୋଭାଯାତ୍ରା, ଘଟ ସ୍ଥାପନ,ପୂଜାନୀତି, ମହାଆଳତୀ ସନ୍ଧ୍ୟାରେ ସମୁହ ପୁଷ୍ପାଞ୍ଜଳୀ ଓ ଭୋଗ ସେବନ ସମେତ ଦୈନିକ ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ ଥିବା କହିଛନ୍ତି ପରିଚାଳନା କମିଟିର ସଭାପତି କିଶୋର ମହାପାତ୍ର । ଏକମାତ୍ର ସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ସିଦ୍ଧି ବିନାୟକଙ୍କ ପୂଜାତ୍ସୋବକୁ ସଫଳ କରିବାକୁ ଶେଖର ମହାପାତ୍ର, ରାଜେନ୍ଦ୍ର ମହାପାତ୍ର, ସିତାଂଶୁ ମହାପାତ୍ର୍ର, ହିମାଂଶୁ ମହାପାତ୍ର, ଦିବ୍ୟାଂଶୁ ମହାପାତ୍ର, ପଦ୍ମନାଭ ପଣ୍ଡାଙ୍କ ସମେତ ସ୍ଥାୟୀ ସଦସ୍ୟ ଅତିଶ ବେହେରା,ବିଜୟ ମହାନ୍ତି ଓ ସୁକାନ୍ତ ପାଲ, ହେମନ୍ତ ପଣ୍ଡା ପ୍ରମୁଖ ସହଯୋଗ କରୁଛନ୍ତି ।






