ଭଦ୍ରକ,24/09/2021 (ସନ୍ଧାନ ନିଉଜ) ପୁରୁଣାବଜାର ପୋଲିସ ହାତରେ ଧରାପଡିଛନ୍ତି ଦୁଇ ବ୍ରାଉନ୍ ସୁଗର ଚାଲାଣକାରୀ । ସେମାନଙ୍କଠାରୁ ବିପୁଳ ପରିମାଣର ବ୍ରାଉନ୍ ସୁଗାର ଜବତ ହୋଇଥିଲାବେଳେ ସେମାନଙ୍କଠାରୁ ନଗଦ ୪୦୦ ଟଙ୍କା, ପ୍ୟାକେଜିଂ ଜରି ଓ ଏକ ଛୁରୀ ଜବତ ହୋଇଛି ।
ଏହି ଘଟଣାରେ ଗତକାଲି ସେମାନଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାନ୍ଦିଆ ଅଂଚଳର ଅଜୟ କୁମାର ପଢିଆରୀ ଓ ବରପଦା ବାସିନ୍ଦା କାଳନ୍ଦୀ ବେହେରା ।
ସୁଚନା ଅନୁସାରେ ଗତକାଲି ଭଦ୍ରକ ଟାଉନ ଓ ଇଛାପୁର ରାସ୍ତାରେ ଗାଡି ତନଖି ଚାଲିଥିଲା । ସେହି ସମୟରେ ଦୁଇଜଣ ବ୍ୟକ୍ତିଙ୍କ ବାଇକ୍ ଯାଂଚ ସମୟରେ ସେଥିରୁ ୧୨୨ ଗ୍ରାମ ବ୍ରାଉନ୍ ସୁଗାର ବାହାରିଥିଲା ।
ସରକାର ନଗରଠାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୋଲିସ ସେମାନଙ୍କଠାରୁ ବ୍ରାଉନ୍ ସୁଗାର ଜବତ କରିଥିଲା । ତଦନ୍ତରୁ ଜଣାପଡିଛି ଦୁଇ ଅଭିଯୁକ୍ତ ବ୍ରାଉନ୍ ସୁଗାର ସମେତ ଚାନ୍ଦବାଲିକୁ ବାହାରିଥିଲେ ।



