ଭଦ୍ରକ-ଧାମରା ଟ୍ରେନରୁ ଲୁହାପତି ଲୁଟ୍ 

Spread the love

ଭଦ୍ରକ ୨୬/୦୮/୨୦୨୦ (ସନ୍ଧାନ ନିଉଜ) :- ଧାମରା ରେଳପଥ ସମେତ ମାଲବାହୀ ଟ୍ରେନରୁ ଲୁହାପତି ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ସରଞ୍ଜାମ ଲୁଟ୍ ପରେ ସଜାଗ ହୋଇଛି ପୂର୍ବତଟ ରେଳ ବିଭାଗ। ରେଳ ସୁରକ୍ଷା ବଳ କଟକର ଆଇଜି ଶ୍ରୀ ରାଜାରାମଙ୍କ ନିର୍ଦ୍ଦେଶରେ କମିଶନର ଏଜି ଫାରୁକ, ଅଧିକାରୀ ବିକାଶ ରଞ୍ଜନ ସିଂ ଏବଂ ପ୍ରକାଶ ଚନ୍ଦ୍ର ଦାସ ଆଜି କଟକରୁ ଆସି ତିହିଡ଼ିରେ ପହଞ୍ଚିଛନ୍ତି । ରେଳ ଧାରଣା ଅଞ୍ଚଳ ଗସ୍ତ କରିଛନ୍ତି । ସ୍ଥିତି ପରଖିଛନ୍ତି । କିଭଳି, କେଉଁ ଉପାୟରେ ଲୁଟ ହେଉଛି ତାହାର ତଥ୍ୟ ସଂଗ୍ରହ କରିଛନ୍ତି । ତଦନ୍ତ ବେଳେ ଏହି ଟିମ୍ ହାତରେ ଅନେକ ସୁରାକ ଲାଗିଛି ।

           ଭଦ୍ରକ-ଧାମରା କମ୍ପାନୀ ରେଳପଥରେ କୋଇଲା ଚୋରି ନିମୟିତ ଭାବେ ଜାରି ରହିଛି । ଏବେ ଏହି ଚୋରି ସହ ମାଲବାହୀ ଟ୍ରେନରୁ ଆଦି ମୂଲ୍ୟବାନ ଲୁହା ସରଞ୍ଜାମ ଲୁଟ୍ ହେଉଛି । ଏନେଇ ଏକ ବ୍ୟାକେଟ କାମ କରୁଛି । ଏହି ଲୁଟ ସାମଗ୍ରୀକୁ ବିକ୍ରି କରି ସେମାନେ ଭଲ ରୋଜଗାର କରୁଛନ୍ତି । କମାରଶାଳରେ ଏହି ଲୁହା ପତିରୁ କୋଦାଳ, ସାବଳ, ଦା ଆଦି ନିର୍ମାଣ ଚାଲିଛି । ଏହା ଚଢା ଦରରେ ବିକ୍ରି ହେଉଛି । ଏହି ସାମଗ୍ରୀର ଚାହିଦା ବି ରହୁଛି । ଏଭଳି ପ୍ରସଙ୍ଗକୁ ନେଇ ୨ ଦିନ ତଳେ ‘ସନ୍ଧାନ’ରେ ମାଲବାହୀ ଟ୍ରେନରୁ ଲୁହାପତି ଖୋଲି ସାବଳ ଓ କୋଦାଳ ତିଆରି ହେବା ନେଇ ବିତ ଖବର ପ୍ରକାଶ ପାଇଥିଲା । ଏହି ଖବର ରେଳ ବିଭାଗକୁ ବ୍ୟଥିତ କରିଥିଲା । ଏହି ଖବରକୁ ଗୁରୁତ୍ବ ସହକାରେ କରି ପୂର୍ବତଟ ରେଳପଥର ଅଧିକାରୀମାନେ ସକ୍ରିୟ ହୋଇପଡ଼ିଛନ୍ତି । ଗତକାଲି ଆମ ପ୍ରତିନିଧିଙ୍କ ସହ ରେଳ ସୁରକ୍ଷା ବଳର ଅଧିକାରୀ ଯୋଗାଯୋଗ କରିଥିଲେ । ଆଜି କମିଶନର ଏବଂ ବରିଷ୍ଠ ଅଧିକାରୀମାନେ‌ ଗ୍ରହଣ କରି  ତିହିଡି ‘ସନ୍ଧାନ’  କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଦୀର୍ଘ ୧ ଘଣ୍ଟା କାଳ ଆଲୋଚନା କାଳରେ ଧାମରାରୁ ଭଦ୍ରକ ଯାଏଁ କୋଇଲା ଓ ଲୁହାପତି ଚୋରି ର ଖବର ସଂଗ୍ରହ କରି ଥିଲେ । ଆଲୋଚନା ବେଳେ ସାମ୍ବାଦିକ ଅଭୟ ପତି, ଆଲୋକ ବିକାଶ ପ୍ରିୟଦର୍ଶୀ, ସମାଜସେବୀ ବାପୁଜୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ‘ସନ୍ଧାନ’  ପ୍ରଭାବ କମିଶନର ଶ୍ରୀ ଫାରୁ କ ଓ ତାଙ୍କ ଟିମ୍ ସନ୍ଧାନ  କାର୍ଯ୍ୟାଳୟରୁ ସିଧା ସଳଖ ତିହିଡି ରେଳ ଷ୍ଟେସନକୁ ଯାଇଥିଲେ । ରେଳ ଧାରଣାରେ ଗୋଟିଏ କିଲୋ ମିଟର ଚାଲିଚାଲି କୋଇଲା ଚୋରି ଓ ଫିଷ୍ଟେଟ କାଢ଼ିବାର ତରିକା ନିଜ ଆରେ ଦେଖୁଥିଲେ । ଗେଡି ଓ ଲୁହା କପ୍ ସହ ମାଲବାହୀ ବଗିରୁ ବଡ଼ ବଡ଼ ଲୁ ହାପତି ଚୋରି  ହେଉଥିବା ଜାଣି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ସେଠାରେ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସହ ଆଲୋଚନା କରି ଫେରିଥିଲେ। ପ୍ରଥମେ ଆସନ୍ତା ସପ୍ତାହରେ ସଚେତନତା ଶିବିର କରାଯିବ । ଚୋରି ହେଉଥିବା ଅଞ୍ଚଳରେ ଏହି ଶିବିରମାନ ଆୟୋଜିତ ହେବା ପରେ ଚୋରି ନ କମିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମ୍ପୃକ୍ତ ଟିମ୍ ପ୍ରକାଶ କରିଛି । ପ୍ରକାଶ ଯେ, ୨୦୧୮ରେ ରେଳ ଧାରଣା ଉପରେ ବନ୍ଧୁକ ଦେଖାଇ ମାଲବାହୀ ଗାଡ଼ି ଅଟକ କରି୬ ଟି ବଗି ଖୋଲି ନେଇ କୋଇଲା ଚୋରି ହୋଇଥିଲା । ସେହି ବର୍ଷ ବି ରେଳ ସୁରକ୍ଷା ବଳ କର୍ମଚାରୀଙ୍କୁ ଲୁଟେରାମାନେ ଆକ୍ରମଣ କରିଥିଲେ। ୨୦୧୯ ରେ ନନ୍ଦପୁର-ଜିଝାରପୁର ମଝି ରେ ଅଚାନକ ଏକ ମାଲବାହୀ ଟ୍ରେନ ଓଲଟି ପଡିଥିଲା । ଧାରଣା ଲାଗି ଥିବା ଫିସପ୍ଲେଟ କାଢ଼ିନେବା ଯୋଗୁଁ ଏହି ଅଘଟଣ ଘଟିଥିଲା । ଏବେ ରେଳ ପଥରୁ ଗୋଟି ଓ ଲୁହାପତି ଲୁଟ ଚାଲିଛି ।

Related Posts

About The Author

Add Comment