ଭଦ୍ରକ ଟାଉନ୍ ଥାନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ (ଫଟୋ ଅଛି)

Spread the love

ଭଦ୍ରକ,୭/୬ (ସନ୍ଧାନ ନିୟୁଜ) ବୃକ୍ଷ ବଂଚିଲେ ଦେଶ ବଂଚିବ । ଆଜିର ଅବକ୍ଷୟମୁଖୀ ସମାଜରେ ବୃକ୍ଷ ମଣିଷ ସମାଜକୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିଆସୁଛି । ତେବେ ମଣିଷ ତାକୁ ଆଜି ଯେଭଳି ଭାବେ ଧ୍ୱଂସ କରୁଛି, ତାହା ନିଜ ଗୋଡରେ କୁରାଢି ଚୋଟ ସଦୃଶ ବୋଲି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଭଦ୍ରକ ସହରାଞ୍ଚଳ ଥାନା ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଥାନାଧିକାରିଣୀ ସରୋଜିନୀ ସିଂ କହିଛନ୍ତି । ସେ ଆଜି ଥାନାର ଚତୁଃପାଶ୍ୱର୍ରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଥାନାଧିକାରିଣୀ ସରୋଜିନୀ ସିଂ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଯୋଗଦେଇ ସମସ୍ତଙ୍କୁ ଉସôାହିତ କରିବା ସହ ପ୍ରତ୍ୟେକ କର୍ମଚାରୀଙ୍କୁ ନିଜ ନିଜ ଘରବାଡି ପରିସରରେ ଗୋଟିଏ ଲେଖାଏଁ ଗଛ ପ୍ରତିମାସରେ ଲଗାଇବାକୁ ପରାମର୍ଶ ଦେଇଥିଲେ ।

Report- Ramesh nayak

Related Posts

About The Author

Add Comment