ଭଦ୍ରକ ଜିଲ୍ଳା ରିଟେଲର ସଂଘର ବୈଠକ ୨୬ରେ ବିଧାନସଭା ଘେରାଓ ନିଷ୍ପତି

Spread the love

ଭଦ୍ରକ,୨୫/୧୧ (ସନ୍ଧାନ ନିୟୁଜ) ଜିଲ୍ଳା ରିଟେଲର ସଂଘର କାର୍ଯ୍ୟକାରୀଣି ବୈଠକ ଆଜି ଧାମନଗର ବ୍ଲକ ଅନ୍ତର୍ଗତ ସହୀଦନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ରିଟେଲର ସଂଘର ଜିଲ୍ଳା ସଭାପତି ଜଗବନ୍ଧୁୁ ଲେଙ୍କା ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଭଦ୍ରକ ଜିଲ୍ଳାରେ କାର୍ଯ୍ୟରତ ରିଟେଲର ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥିତ ସଭ୍ୟ ମାନେ ଆଲୋଚନା କରି ସେମାନଙ୍କୁ ଚାପମୁକ୍ତ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯିବା ପାଇଁ ଦାବି କରିଥିଲେ । ଦୀର୍ଘ ଦିନ ଧରି ରିଟେଲର ମାନେ ବିଭିନ୍ନ ଦାବି ଉଥାପନ କରି ଆସୁଥିବା ସ୍ଥଳେ ସରକାରଙ୍କ ଉଦାସୀନ ମନୋଭାବ ପ୍ରତିବାଦରେ ଆସନ୍ତା ୨୬ ତାରିଖ ଦିନ ବିଧାନ ସଭା ସମ୍ମୁଖରେ ପ୍ରତିବାଦ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ରିଟେଲର ସଂଘର ବନ୍ତ ବ୍ଳକ ସଭାପତି ହରିହରି ମହାନ୍ତି, ବାସୁଦେବପୁର ବ୍ଳକ ସଭାପତି ସୁରେନ୍ଦ୍ର କୁମାର ପଣ୍ଡା, ଭଦ୍ରକ ବ୍ଳକ ସଭାପତି ମଜମୁଲ ରହେମାନ ଖାଁ, ଭଣ୍ଡାରିପୋଖରୀ ବ୍ଳକ ସଭାପତି କିଶୋର ଚନ୍ଦ୍ର ସେନାପତି, ତିହିଡ଼ି ବ୍ଳକ ସଭାପତି ରବିନ୍ଦ୍ର ମହାକୁଡ଼, ରୁପସାନ ବିବି, କୃପାସିନ୍ଧୁ ସାହୁ, ରତ୍ନାକର ଦଳେଇ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । କିଶୋର ସେନାପତି ଧନ୍ୟବାଦ ଦେଇଥିଲେ ।

Report R Nayak

Related Posts

About The Author

Add Comment