ଚାନ୍ଦବାଲି: (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) : ବିଶ୍ଵ ମହାମାରୀ କରୋନା ପାଇଁ ସାରା ବିଶ୍ଵ ଆତଙ୍କିତ ଥିବା ସମୟ ରେ ସେ ସବୁକୁ ଖାତିରି ନକରି ଚାନ୍ଦବାଲି ଥାନା ଆଇ. ଆଇ. ସି ମହାମାରୀ କରୋନା ବିରୁଦ୍ଧରେ ମାନବ ସମାଜ କୁ ସଚେତନ କରାଇବା ତଥା ଦାୟିତ୍ୱବୋଧ ରେ ବହୁ ଉର୍ଦ୍ଧ କୁ ଯାଇ ସେବା ଯୋଗାଇ ଦେବା ସହିତ ଚାନ୍ଦବାଲି ଅଞ୍ଚଳବାସି ଙ୍କ ବହୁମୂଲ୍ୟ ଧନ ଜୀବନ ବଞ୍ଚାଇବା ରେ ସକ୍ଷମ ହୋଇ ପାରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ସେ ନିଜ ଜୀବନ କୁ ବାଜି ଲଗାଇ ସମାଜ ର ସାମାଜିକ ସଚେତନତା ସେବା ଯୋଗାଇ ଚାନ୍ଦବାଲି ଥାନା ଅଧିକାରିଣୀ ଶ୍ରୀମତୀ ପ୍ରଜ୍ଞା ମହାନ୍ତି ଙ୍କୁ ଭାରତୀୟ ମାନବ ଅଧିକାର ପରିଷଦ ତରଫରୁ ମାନବ ଅଧିକାର ପରିଷଦ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଙ୍କ ଆନୁକୁଲ୍ୟରେ ରେ କୋଭିଡ-୧୯ ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରିବା ସଙ୍ଗେ ସଙ୍ଗେ ଏକ ମାନପତ୍ର ସହ ଏକ ଉତୁରି ପ୍ରଦାନ କରିଛନ୍ତି। ଉକ୍ତ ସଭାରେ ଜାତୀୟ ସାଧାରଣ ସଭାପତି ସଚିତ୍ତା ନନ୍ଦ ମହାନ୍ତି, ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଆଲୋକ ସ୍ବାଇଁ, ତିହିଡି ବ୍ଲକ ର ସଭାପତି ଶ୍ରୀ ବିଶ୍ୱଜିତ୍ ପଣ୍ଡା, ମୟୂର ଭଞ୍ଜ ଜିଲ୍ଲାର ସଭାପତି ଦୀପକ୍ ପାଣିଗ୍ରାହୀ, ମୟୂରଭଞ୍ଜ ଜିଲ୍ଲାର ମହିଳା ସେଲ୍ ର ସଭାପତି ଚନ୍ଦ୍ରିକା ପାତ୍ର ଓ ସମ୍ପାଦକ ସୁନିଲ୍ ମହାପାତ୍ର ଆଦି ଉପସ୍ଥିତ ଥିଲେ।
ଭଦ୍ରକ ଜିଲ୍ଲା ପୋଲିସ୍ ଅଧିକାରିଣୀ ଙ୍କୁ କରୋନା ଯୋଦ୍ଧା ସମ୍ମାନ
|
September 29, 2020 |