ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅରିସାରେ ‘ଆମ ଐତିହ୍ୟ’ ମକର ସଂଖ୍ୟା ଉଦ୍ଘାଟିତ
ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅରିସାରେ ‘ଆମ ଐତିହ୍ୟ’ ମକର ସଂଖ୍ୟା ଉଦ୍ଘାଟିତ
Manas Kumar Rout |
January 30, 2026 |

ଭଦ୍ରକ (ସନ୍ଧାନ ନ୍ୟୁଜ) ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଅରିସା ଅଞ୍ଚଳର ବୀରଞ୍ଚିନାରାୟଣ ମାଧବ ଅର୍ଜୁନ କଲେଜ ପରିସରରେ “ଆମ ଐତିହ୍ୟ” ପତ୍ରିକାର ମକର ସଂଖ୍ୟା ଭବ୍ୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ସଂପୃକ୍ତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ମହିମାମଣ୍ଡିତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଅଶୋକ ପଟ୍ଟନାୟକ ଯୋଗଦେଇ “ଆମ ଐତିହ୍ୟ” ପତ୍ରିକା ଓଡ଼ିଆ ଜାତିର ଐତିହାସିକ ଗୌରବ, ପରମ୍ପରା ଓ ସଂସ୍କୃତିକୁ ଲିପିବଦ୍ଧ କରି ଆଗାମୀ ପିଢ଼ି ପାଇଁ ସଂରକ୍ଷଣ କରୁଛି ବୋଲି କହିଥିଲେ। ମୁଖ୍ୟ ବକ୍ତା ଡା. ସୁନୀଲ ପଟ୍ଟନାୟକ ଓଡ଼ିଆ ସାହିତ୍ୟ ଓ ଐତିହ୍ୟ ଉପରେ ଏପରି ପତ୍ରିକାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ କଲେଜର ଅଧ୍ୟକ୍ଷ ଅମିୟ କୁମାର ପରିଡ଼ା, ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ, ଡା. ଅନମ ବେହେରା, ଡା. ନିରଞ୍ଜନ ରାଉତ, “ଆମ ଐତିହ୍ୟ” ପତ୍ରିକାର ସମ୍ପାଦକ ମାନସ ରାଉତ ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ। ଅତିଥିମାନେ ସମୂହଭାବେ “ଆମ ଐତିହ୍ୟ” ପତ୍ରିକାର ମକର ସଂଖ୍ୟାର ଉନ୍ମୋଚନ କରି ଏହା ଓଡ଼ିଆ ଐତିହ୍ୟ, ସାହିତ୍ୟ ଓ ସାମାଜିକ ଚେତନାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ଶେଷରେ “ଆମ ଐତିହ୍ୟ” ସମ୍ବାଦିକ ଦୀପ୍ତିମୟ ନାୟକ ସମସ୍ତ ଅତିଥି, ଆୟୋଜକ ଓ ଉପସ୍ଥିତ ଦର୍ଶକମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ।
Related Posts
About The Author