ଭଦ୍ରକ ଜିଲ୍ଲାରେ ୫୦ ପ୍ରତିଶତରୁ ଉର୍ଦ୍ଧ ଜାଲ ନିର୍ମାଣ ଶ୍ରମିକ ହିତାଧିକାରୀ; ତଦନ୍ତ ଦାବୀ

Spread the love

ଭଦ୍ରକ, ୨୯/୮ (ସନ୍ଧାନ ନିୟୁଜ) ଭଦ୍ରକ ଜିଲ୍ଲାରେ ୫୦ ପ୍ରତିଶତରୁ ଉର୍ଦ୍ଧ ଜାଲ ନିର୍ମାଣ ଶ୍ରମିକ ହିତାଧିକାରୀ । ଯୋଗ୍ୟତା ନଥାଇ ଅନେକ ହାତେଇ ନେଇଛନ୍ତି ନିର୍ମାଣ ଶ୍ରମିକ ପରିଚୟପତ୍ର । ନିର୍ମାଣ ଶ୍ରମିକ ନାମରେ ଗାଡି ଡ୍ରାଇଭର,ଗାଁଟାଉଟର,ପାନ ଦୋକାନୀ,ଚା ଦୋକାନୀ ଏପରିକି ବିଲବାଡି କାମ କରୁଥିବା ବହୁ ଲୋକ ହାତେଇ ନେଇଛନ୍ତି ଏହି ସୁବିଧା । ଶ୍ରମ ବିଭାଗର କିଛି ଅସାଧୁ କର୍ମଚାରୀ ଏବଂ ମଧ୍ୟବର୍ତି ଦଲାଲଙ୍କ ଜରିଆରେ ବହୁ ଅଯୋଗ୍ୟ ଲୋକ ହାତେଇ ନେଇଛନ୍ତି ଏହି ସୁବିଧା । ପରିଚୟପତ୍ର ବଳରେ ହଡପ କରିଛନ୍ତି ସରକାରଙ୍କ କୋଟି କୋଟି ଟଙ୍କାର ନିର୍ମାଣ ଶ୍ରମିକ ସହାୟତା । କାଳିଆ ଯୋଜନାରେ ଜାଲ ହିତାଧିକାରୀ ଚିହ୍ନଟ ପରେ ଏବେ ପରିଚୟପତ୍ର ଧାରୀ ବହୁ ନିର୍ମାଣ ଶ୍ରମିକଙ୍କ ବୈଧତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ସରକାରୀଭାବେ ଏହାର ନିରପେକ୍ଷ ଯାଂଚ ହେଲେ ପ୍ରକୃତ ତଥ୍ୟ ଲୋକ ଲୋଚନକକୁ ଆସିବ ବୋଲି ଆଲୋଚନା ହେଉଛି । ଗତ ୨୦୧୩ ମସିହାରେ ରାଜ୍ୟ ସରକାର ନିର୍ମାଣ ଶ୍ରମିକ ସହାୟତା ବୋର୍ଡ ଗଠନ କରିବା ପରେ ରାଜ୍ୟବ୍ୟାପି ନିର୍ମାଣ ଶ୍ରମିକ ପରିଚପତ୍ର ଚାହିଦା ବୃଦ୍ଧି ପାଇଥିଲା । ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ ଅନୁଯାଇ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତ ପ୍ରକାର ଶ୍ରମିକ, ମିସ୍ତ୍ରୀ, ବଢେଇ, ପଥରମିସ୍ତ୍ରୀ, ରଙ୍ଗମିସ୍ତ୍ରୀ, ପାଇପ ମିସ୍ତ୍ରୀ, ଟାଇଲ ଏବଂ ମାର୍ବଲ ମିସ୍ତ୍ରୀ, ରଡବାଇଣ୍ଡର, ଫିଟରକଟର, ଡି୍ରଲର, ରେଳ, ଟ୍ରାମ, ଏୟାରଫିଲ୍ଡ,ବନ୍ଧ,ନଦୀନାଳ,ଜଳସେଚନ,ବନ୍ୟାନିୟନ୍ତ୍ରଣ,ଇଲେକ୍େଟ୍ରାନିକ,ଟେଲିକମ ଏବଂ ଟାୱାର କାମରେ ନିୟୋଜିତ ସବୁ ବର୍ଗର ଲୋକମାନଙ୍କୁ ନିର୍ମାଣ ଶ୍ରମିକ ତାଲିକାଭୁକ୍ତ କରାଯାଇ ସରକାରୀ ନିୟମ ଅନୁଯାଇ ସେମାନଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ଯୋଗାଇ ଦିଆଯାଇଥିଲା । ଏଥିରେ ସମସ୍ତ କୁଶଳୀ,ଅର୍ଦ୍ଧକୁଶଳୀ,ଅଣକୁଶଳୀ ଏବଂ ଶାରିରୀକ ଶ୍ରମ କରୁଥିବା କର୍ମଚାର ତଥା ପର୍ଯ୍ୟବେକ୍ଷକମାନଙ୍କୁ ଅର୍ନ୍ତଭୁକ୍ତ କରାଯାଇଥିଲା । ଗୋଟିଏ ବର୍ଷରେ ସର୍ବନିମ୍ନ ୯୦ ଦିନ କାମ କରୁଥିବା ଜଣେ ଶ୍ରମିକଙ୍କୁ ନିଯୁକ୍ତିଦାତା/ଶ୍ରମିକ ସଙ୍ଗଠନ ପ୍ରମାଣପତ୍ର ଅଥବା ଶ୍ରମ ନିରୀକ୍ଷକଙ୍କ ଦ୍ୱାରା ପ୍ରଦତ ବୈଧ ପ୍ରମାଣପତ୍ରକୁ ଆଧାରକରି ନିର୍ମାଣ ଶ୍ରମିକ ପରିଚୟପତ୍ର ଯୋଗାଇ ଦେବାକୁ କୁହାଯାଇଥିଲା । ତେବେ ଏହାରି ଅଢୁଆଳରେ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୃତିରେ ନଥାଇ ମଧ୍ୟ ପରିବହନ,କୃଷି ଏବଂ ବ୍ୟବସାୟ ଭଳି ଅଣ ନିର୍ମାଣ ଶ୍ରମିକ ବୃତିରେ ରହିଥିବା ଏବଂ ଗାଁ ଟାଉଟରୀ କରୁଥିବା ବହୁ କୁଜିନେତା ମିଥ୍ୟା କାଗଜପତ୍ର ବଳରେ ନିର୍ମାଣ ଶ୍ରମିକ ପରିଚୟ ପତ୍ର ହାତେଇ ନେଇ ସରକାରୀ ସହାୟତା ହଡପ କରିନେଇଥିବା ଅଭିଯୋଗ ହୋଇଛି । ସରକାରୀ ସୁଚନା ଅନୁଯାଇ ଭଦ୍ରକ ଜିଲ୍ଲାରେ ଏବେ ୮୧ ହଜାର ୨୦୩ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଶ୍ରମିକ ୨୦ ହଜାର ୭୦୫ ଜଣ ପରିଚପତ୍ର ଧାରୀ ନିର୍ମାଣ ଶ୍ରମିକଙ୍କୁ ଶ୍ରମିକ କଲ୍ୟାଣବୋର୍ଡ ପକ୍ଷରୁ ପାଠପଢା,ବିବାହ,ପ୍ରସୂତି,ସାଇକେଲ,ଯନ୍ତ୍ରପାତି ଏବଂ ମୃତୁ୍ୟକାଳିନ ସହାୟତା ବାବଦକୁ ୨୮ କୋଟି ୧୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ତେବେ ଗତ ୬ ବର୍ଷ ମଧ୍ୟରେ ଶ୍ରମିକ କଲ୍ୟାଣବୋର୍ଡ ଜରିଆରେ ଜିଲ୍ଲାରେ ୨୮ କୋଟିରୁ ଉର୍ଦ୍ଧ ଟଙ୍କାର ସହାୟେତା ବଂଟନ କରାଯାଇଥିଲେ ମଧ୍ୟ ବହୁ ଯୋଗ୍ୟ ହିତାଧିକାରୀ ପଞ୍ଜୀକରଣ କରିମଧ୍ୟ ସରକାରୀ ସହାୟତାରୁ ବଂଚିତ ହୋଇଥିବା ବେଳେ ପଞ୍ଜିକରଣ ରୁ ମଧ୍ୟ ବାଦ ପଡିଛନ୍ତି ି । ଅନ୍ୟପକ୍ଷରେ ଦଲାଙ୍କ ଇଙ୍ଗିତରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପରିଚାଳିତ ହେଉଥିବା ବେଳେ ନିର୍ମାଣ ଶ୍ରମିକ ପରିଚୟପତ୍ର ଏବଂ ସହାୟତା ଯୋଗାଇ ଦେବା ଆଳରେ ନିରିହ ନିର୍ମାଣ ଶ୍ରମିକଙ୍କୁ ଦଲାଲ ଲୁଟୁଥିବା ଅଭିଯୋଗ ହେଉଛି । ତେବେ କାଳିଆ ଯୋଜନା ଭଳି ଜିଲ୍ଲାରେ ନିର୍ମାଣ ଶ୍ରମିକ ପରିଚୟପତ୍ରଧାରୀଙ୍କ ଉପରେ ନିରପେକ୍ଷ ତଦନ୍ତ ହେଲେ ଜିଲ୍ଲାରେ ଜାଲ ନିର୍ମାଣ ଶ୍ରମିକ ର୍ୟାକେଟ ର ଖୁଲାସା ହୋଇ ପାରନ୍ତା ବୋଲି ସାଧାରଣ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

Related Posts

About The Author

Add Comment