ଭଦ୍ରକ ଜିଲ୍ଲାରେ ନୂଆବର୍ଷ ପାଇଁ କଟକଣା, ରାତି ୧୦ରୁ ନାଇଟ୍ କର୍ଫ୍ୟୁ

Spread the love

ଭଦ୍ରକ, 01.01.2021 (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ନୂଆ ବର୍ଷ ପାଇଁ ସାରା ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଲାଗିଛି । ଏପରିକି ସାରା ରାଜ୍ୟରେ ଗୁରୁବାର ରାତି ୧୦ଟାରୁ ଲାଗୁ ହେବ ନାଇଟ୍ କହିଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ ମଧ୍ୟ ଲାଗୁହେବ ନାଇଟ୍ କହି ୩୧ ତାରିଖ ରାତି ୧୦ରୁ ୧ ତାରିଖ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ରହିବ । ସର୍ବସାଧାରଣଙ୍କ ଗମନାଗମନ ଓ ନୂଆବର୍ଷ ପାଳନ ଉପରେ ମଧ୍ୟ କଟକଣା ଲାଗୁ ହେବ । କର୍ହି ସମୟରେ କିନ୍ତୁ ଜରୁରୀକାଳୀନ ସେବା ଜାରି ରହିବ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ରାତି ପାହିଲେ ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆବର୍ଷକୁ ସ୍ବାଗତ କରିବାକୁ ଲୋକମାନେ ଅପେକ୍ଷା କରି ରହିଛନ୍ତି । ତେଣୁ ଗୁରୁବାର ରାତିରେ ଜନ ସମାଗମ ହେବାକୁ ଦୃଷ୍ଟିରେ ରଖ୍ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏହାପରେ ମଧ୍ୟ ଜନ ସମାଗମକୁ ଦୃଷ୍ଟିରେ ରଖି ନାଇଟ୍ କର୍ଯ୍ୟ ଜାରି କରାଯାଇଛି । ତେବେ ଏହି କର୍ଫ୍ୟୁ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ, ବ୍ୟାପକ ପୋଲିସ୍ ଫୋର୍ସ ମଧ୍ୟ ନିୟୋଜିତ କରାଯିବ ।

Related Posts

About The Author

Add Comment