ଭଦ୍ରକ, ୨୩/୧୧ (ସନ୍ଧାନ ନିଉଜ) : ଭଦ୍ରକ ଜିଲାର ତିହିଡି ଥାନା ଅଧୀନସ୍ଥ ବାରିକପୁର ଗ୍ରାମନିବାସୀ ଅପର୍ଣ୍ଣା ସାହୁଙ୍କ କନ୍ୟା ଭାରତୀ ସହ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ମଉଦା ଗ୍ରାମର ରାଧାଶ୍ୟାମ ସାହୁଙ୍କ ଜ୍ୟେଷ୍ଠ ପୁତ୍ର ସୌଭାଗ୍ୟର ଗତ ଜୁନ୍ ମାସ ୫ ତାରିଖରେ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ବରପକ୍ଷଙ୍କ ଦାବି ମତୁାବକ ନଗଦ ଦୁଇଲକ୍ଷ ଟଙ୍କା, ସୁନାଚେନ୍, ମୁଦି ବ୍ୟତୀତ ପ୍ରାୟ ୫ ଲକ୍ଷ ଟଙ୍କାର ଆସବାବ ପତ୍ର ଦିଆଯାଇଥିଲା । ତେବେ ବିବାହ ପରେ ଭାରତୀକୁ ଅଧିକ ଯୌତୁକ ଦାବିରେ ଶ୍ୱଶୁରଘର ପକ୍ଷରୁ ବାଧ୍ୟ କରାଯାଉଥ୍ôଲା । ଏହି ଘଟଣାକୁ ନେଇ ତାଙ୍କୁ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସହ ହତ୍ୟା କରିବାର ଧମକ ଦିଆଯାଉଥିବା ବିଷୟ ଭାରତୀ ତା ମାଙ୍କ ନିକଟକୁ ଫୋନେ୍ରେ ସୂଚନା ଦେଉଥିଲା । ଇତିମଧ୍ୟରେ ଗତ ୫ ତାରିଖ ଦିନ ଭାରତୀ ନିଆଁରେ ପୋଡିହୋଇ ଭଦ୍ରକ ଡାକ୍ତରଖାନାକୁ ଆସିଥିଲେ ମଧ୍ୟ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ । ସେତେବେଳେ ତାଙ୍କୁ ଡାକ୍ତରଖାନାରେ ଛାଡି ଶ୍ୱଶୁରଘର ଲୋକେ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ଭାରତୀର ମା’ ଗ୍ରାମାଞ୍ଚଳ ଥାନାରେ ଶାଶୁ ସୁବାସନୀ, ଶ୍ୱଶୁର ରାଧାଶ୍ୟାମ, ଦିଅର ବିଶ୍ୱରଂଜନ, ସ୍ୱାମୀ ସୌଭାଗ୍ୟ, ଭିଣୋଇ ସନ୍ଦୀପ ବେହୁରିଆ, ନଣନ୍ଦ ସସ୍ମିତା ବେହୁରିଆଙ୍କ ନାମରେ କେଶ୍ ନଂ ୫୯୬/୧୯, ଦଫା ୩୦୨ / ୩୦୪ (ବି) / ୪୯୮ (ଏ) ଏବଂ ୪ ଡି.ପି. ଆକ୍ଟ ମୂଳେ ମାମଲା ରୁଜୁ କରିଥିଲେ ପୁଲିସ୍ ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରୁନାହିଁ ।
ଭଦ୍ରକ ଜିଲାର ତିହିଡି ଥାନା ଅଧୀନସ୍ଥ ବାରିକପୁରରେ ଯୌତୁକ ଜନିତ ବଧୂ ହତ୍ୟା
|
November 23, 2019 |