ଭଦ୍ରକ- ଚାନ୍ଦବାଲି ରାସ୍ତା ଅବରୋଧ: ନାବାଳିକା ଅପହରଣ ଘଟଣା

Spread the love
ଚାନ୍ଦବାଲି, ୧୧/୧୦/୨୦୨୦ (ସନ୍ଧାନ ନିଉଜ) : ସନ୍ଧାନ ନ୍ୟୁଜ୍-  ସୂଚନା ଅନୁଯାୟୀ ଚାନ୍ଦବାଲି ପୋଲିସ୍ ର ଏକ ନାବାଳିକା ଅପହରଣକାରୀ ପ୍ରତି କୋହଳ ଓ ଦାୟିତ୍ଵହିନତା  କାର୍ଯ୍ୟ କୁ  ତ୍ରିବ୍ର ନିନ୍ଦା କରି ବିଜେପି ପକ୍ଷରୁ  ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତାରେ ପଳାଶପୁର ଠାରେ ରାସ୍ତା ଅବରୋଧ କରାଯାଇ ଥିଲା।
ଚାନ୍ଦବାଲି ଥାନା ହାଜତ ରୁ ଜଣେ ନାବାଳିକା ଅପହରଣକାରୀ ଫେରାର ହୋଇଯିବା ଘଟଣା ରେ ପୁଲିସ୍ ଉପରେ ସନ୍ଦେହ ବଢ଼ିଛି। ଏଭଳି ଖାମଖିଆଲି କାର୍ଯ୍ୟ ପାଇଁ ଥାନା ଆଇ ଆଇ ସି ଙ୍କ ନିଲମ୍ବିତ, ଏସ୍ଡିପିଓ ଙ୍କ ବଦଳି ଏବଂ ଅପହରଣର ସମ୍ପୃତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବି ରେ ସକାଳ ଆଠ ଟାରୁ ପ୍ରାୟ ପାଞ୍ଚ ଘଣ୍ଟା ଧରି ଟାୟାର ଜାଳି ରାସ୍ତା ଅବରୋଧ କରିବାରୁ ରାସ୍ତା ର ଉଭୟ ପାର୍ଶ୍ଵରେ ଯାନ ବାହାନ ଚଳାଚଳ ରେ ବାଧାପ୍ରାପ୍ତ ଘଟିଥିଲା।
ଘଟଣା ସ୍ଥଳରେ ଚାନ୍ଦବାଲି ଏସ୍ ଡି ପି ଓ ଉମାଶଙ୍କର ମହାରଣା, ତହସିଲଦାର ସୁଶାନ୍ତ ସୁତାର ପାଂହଞ୍ଚି ଆନ୍ଦୋଳନ କାରୀ ଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଘଟଣା ସ୍ଥଳକୁ ଆରକ୍ଷୀ ଅଧିକ୍ଷକ ନ ଆସିବା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହାର ହେବନାହିଁ ବୋଲି କୁହାଯାଇଥିଲା। ପରେ ଘଟଣା ସ୍ଥଳରେ ଅତିରିକ୍ତ ଏସ୍ ପି ପହଂଚି ଆନ୍ଦୋଳନ କାରୀ ଙ୍କୁ ବୁଝାସୁଝା କରିବାରୁ ରାସ୍ତାରୋକ ହଟିଥିଲା।

Related Posts

About The Author

Add Comment