ଭଦ୍ରକ/ତହିଡି, ୧/୩ (ସନ୍ଧାନ ନିୟୁଜ) ଭଦ୍ରକ ଜିଲ୍ଲା ତହିଡି ତହସିଲ ଅନ୍ତର୍ଗତ ଗୁଆମଳ ପଂଚାୟତ ନୂଆଶାସନ ଗ୍ରାମର ମଥୁରା ପାଣୀଗ୍ରାହୀଙ୍କ ପୁଅ ଗଧାଧର ପାଣିଗ୍ରାହୀଙ୍କ ତିନି ଭଖରା ଚାଳଛପର ଘର ଅଗ୍ନିକାଣ୍ଡରେ ଭସ୍ମୀଭୂତ ହୋଇଯାଇଛି । ବିଦୁ୍ୟତ ସର୍ଟ ସକି୍ରିଟ୍ ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ ନିମିଷେକ ମଧ୍ୟରେ ନିଆଁ ସମ୍ପୁର୍ଣ୍ଣ ଘରକୁ କବଳିତ କରିନେଇଥିଲା । ଅଳ୍ପକେ ପରିବାର ଲୋକେ ଏଥିରୁ ବଂଚି ଯାଇଥିବା ବେଳେ ଘରର ସମସ୍ତ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି । ତିହିଡଇ ଦମକଳ ବାହିନୀ ପକ୍ଷରୁ ଖବର ପାଇ ନିଆଁକୁ ଆୟତ୍ତ କରିଥିଲେ । ତେବେ ରାତିରୁ ଘଟଣା ହୋଇଥିବା ବେଳେ ଏପ୍ରର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ପଂହଚି ନଥିବା ବେଳେ ପାଲ ଖଣ୍ଡଏ ମଧ୍ୟ ଦିଆଯାଇନଥିବା ଜଣାପଡିଛି ।Report- Deepak Kumar, Tihidi