ଭଦ୍ରକ, ୧୯/୦୫ (ସନ୍ଧାନ ନିଉଜ) : ମହାବାତ୍ୟା ଅମ୍ଫାନ ପାଇଁ ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ରବଳ ପବନ ସମ୍ଭାବନା ଥିବାରୁ ଏପରି ପକ୍ଷେପ ନିଆଯାଇଛି। ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳରୁ ବହୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଏହି କାର୍ଯ୍ୟରେ ଏନ୍ଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ମହାବାତ୍ୟା ଅମ୍ଫାନ ଏବେ ଘଣ୍ଟା ପ୍ରତି ୧୪ କି.ମି. ବେଗରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଥିବା ବେଳେ ପାରାଦୀପଠାରୁ ୫୭୦ କିଲୋମିଟର ଓ ଦୀଘା ଠାରୁ ୭୨୦ କିଲୋ ମିଟର ଦୂରରେ ରହିଛି।
ଭଦ୍ରକର ତିନୋଟି ଅଞ୍ଚଳରେ ହାଇଆଲର୍ଟ
|
May 19, 2020 |
![](https://sandhannews.com/wp-content/uploads/2020/05/high-art.jpg)